ନ୍ୟୁୟର୍କ(ଏଟିଆର ବ୍ୟୁରୋ):ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ହାରିବା ପରେ ମଧ୍ୟ ନିଜର ପରାଜୟ ସ୍ୱ୍ୟକାର କରିବା ପାଇଁ ନାରାଜ । ଏଥି ପାଇଁ ଟ୍ରମ୍ପଙ୍କ ସମର୍ଥକ ମାନେ କ୍ୟାପିଟାଲ ବିଲଡିଂରେ ପ୍ରବେଶ କରି ହିଂସା ଘଟାଇଛନ୍ତି । ଏହି ହିଂସାକାଣ୍ଡରେ ୪ ଜଣ ପ୍ରାଣ ହରାଇଥିବାର ସୂଚନା ମିଳିଛି ।
ଟ୍ରମ୍ପଙ୍କ ସମର୍ଥକମାନେ ଭୋଟ ଗଣତି ବନ୍ଦ କରିବା ପାଇଁ ସଂସଦ ଭବନ ନିକଟରେ ଥିବା ପ୍ରତିବନ୍ଧକକୁ ଭାଙ୍ଗି ଦେଇଛନ୍ତି । ଆନ୍ଦୋଳନକାରୀ ନିଜ ହାତରେ ଆମେରିକୀୟ ପତାକା ଧରିଥିଲେ । ଅବସ୍ଥା ଅତି ଶୋଚନୀୟ ଥିବାରୁ ୱାସିଂଟନ ଡିସିରେ ୧୫ ଦିନ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।
ଆମେରିକାରେ ଏପରି ଘଟଣାକୁ ଘେର ନିନ୍ଦା କରୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ।ଏବଂ ସେ ଟୁଇଟ କରି କହିଛନ୍ତି ଆମେରିକାରେ କଂଗ୍ରେସର ଲଜ୍ଜାଜନକ ଦୃଶ୍ୟ ।ବର୍ତ୍ତମାନ କ୍ଷମତାର ଶାନ୍ତିପୂର୍ଣ୍ଣ ସହ ହସ୍ତାନ୍ତରଣ ହେବା ଗୁରୁତ୍ୱପୂର୍ଣ୍ଣ ।
ଓ୍ୱାଶିଂଟନ ହିଂସାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିଶ୍ୱର ଅନେକ ବଡ ବଡ ନେତା ଦୁଃଖ ପ୍ରକାଶ କରିଛନ୍ତି । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ, ଅଷ୍ଟ୍ରଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ୍ ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି ।