ସମ୍ବଲପୁର (ଏଟିଆର ବ୍ୟୁରୋ): ପରଲୋକରେ ବିଶିଷ୍ଟ ସାହିତ୍ୟିକ ପଞ୍ଚାନନ ମିଶ୍ର । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ଆଜି ସକାଳୁ ସମ୍ବଲପୁର ଦେହୁରିପାଲିସ୍ଥିତ ବାସଭବନରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ।
ନିଜର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ସେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ଅନେକ ସାହିତ୍ୟିକ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ହୋଇଥିଲେ । ତାଙ୍କ ଦେହାନ୍ତରେ ଓଡିଆ ସାହିତ୍ୟ ଜଗତରେ ଗଭୀର ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସେହିପରି ଇଂରାଜୀ ଅଧ୍ୟାପକ ଭାବେ ମଧ୍ୟ ସେ ଖୁବ୍ ସୁନାମ ଅର୍ଜନ କରିଛନ୍ତି ।
ଆଜି ସନ୍ଧ୍ୟା ୭ଟାରେ ସମ୍ବଲପୁର ରାଜଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ରହିଛି ।