କଟକ,(ଏଟିଆର ବ୍ୟୁରୋ): ପୁଣି ଆକ୍ସନ ମୁଡରେ କମିଶନରେଟ ପୁଲିସ । କଟକରେ ହୋଇଛି ଏନକାଉଣ୍ଟର । ପୁଲିସ ଗୁଳିରେ ଆହତ ହୋଇଥିବା ଅପରାଧୀର ନାଁ ଗୁରୁଚରଣ ପାତ୍ର ବୋଲି ଜଣାପଡିଛି । ଗୁରୁ ନାଁରେ ଏକାଧିକ ମାମଲା ରହିଥିବା ସୂଚନା ମିଳିଛି ।
କିଛିଦିନ ହେବ ଗୁରୁକୁ ପୁଲିସ ସ୍କାନରରେ ରଖିଥିଲା । ତେବେ ଜଗତପୁର ଅଞ୍ଚଳରେ ତାର ଗତିବିଧି ରହିଥିବା ସୂଚନା ମିଳିବା ପରେ ପୁଲିସ ଆକ୍ସନ ମୁଡକୁ ଆସିଥିଲା । ନ୍ୟୁ ମାର୍କେଟ କମ୍ପେ୍ଲକ୍ସ ପାଖରେ ଗୁରୁ ରହିଥିବା ଜଣାପଡିଥିଲା । ଆଜି ସନ୍ଧ୍ୟାରେ ଗୁୁରୁକୁ ଧରିବା ଲାଗି ପୁଲିସ ଜାଲ ବିଛାଇଥିଲା । ଏହାପରେ ପୁଲିସ ତାକୁ ଏନକାଉଣ୍ଟର କରିଥିବା ଜଣାପଡିଛି । ସେପଟେ ଗୁରୁର ଅପରାଧର ନେଟୱାର୍କ ନେଇ ଅଧିକ ଖୋଳତାଡ ଜାରି ରଖିଛି ପୁଲିସ ।