ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆକ୍ସନ ମୁଡରେ କମିଶନରେଟ ପୋଲିସ । ଅପରାଧୀଙ୍କୁ ସାବାଡ କରିବା ପାଇଁ କିଶନରେଟ ପୋଲିସ ଆକ୍ସନ ମୁଡକୁ ଆସିଛି । ଭୁବନେଶ୍ୱରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରି ଗିରଫ କରିଛି ପୋଲିସ । ଶନିବାର ଓ ରବିବାର ଦୁଇ ଦିନରେ ପୋଲିସ ୩ ଟି ଏନକାଉଣ୍ଟରରେ ୩ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କରିଛି ଗିରଫ । ଗତକାଲି ରାତି ସାଢ ଆଠଟା ବେଳେ ଭରତପୁର ଅଞ୍ଚଳରେ ରବି ରାଓ ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍କାଉଣ୍ଟର କରିଛି ପୋଲିସ ।
ସୂଚନା ଅନୁସାରେ ରବି ଏକ ଫରଚ୍ୟୁନର ଗାଡିରେ ଯାଉଥିବା ବେଳେ ପୋଲିସ ତା ପିଛା କରି ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ରବି ପୋଲିସକୁ ଚକମା ଦେଇ ଖସି ପଳାଇ ଯିବାକୁ ଉଦ୍ୟମ କରିବା ବେଳେ ପୋଲିସ ଗୁଳି ଚଳାଇ ଥିଲା । ରବି ଗୋଡରେ ବାଜିବାରୁ ରବି ଆହତ ହୋଇଥିଲା। । ରବି କାରରୁ ଖଣ୍ଡା ଓ ବୋମା ମିଳିଥିବା ସୂଚନା ମିଳିଛି । ରବି ନାଁରେ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି । ଲୁଟ୍ ଡକାୟତୀ ଓ ମାରଣାସ୍ତ୍ର ରଖିବା ଭଳି ସଙ୍ଗିନ୍ ଅଭିଯୋଗ ରବି ନାଁରେ ରହିଛି । ଗୁରୁତର ଅବସ୍ଥାରେ ରବିକୁ ପ୍ରଥମେ ୬ ନଂ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଅନ୍ୟପଟେ ଗତକାଲି ବିଳମ୍ବିତ ରାତିରେ ଏକ ଜୁଆ ଆଡ଼ା ଉପରେ ଚଢ଼ଉ କରି ୩ ଜୁଆଡ଼ିଙ୍କୁ ଗିରଫ କରିଛି ଜିଆରପି ଥାନା ପୁଲିସ।ଗିରଫ ଅଭିଯୁକ୍ତ ମାନେ ହେଲେ, ସେକ୍ ସରାଫତ ଅଲ୍ଲୀ, ସେକ୍ ସେହେଜାଦା ଓ ସେକ୍ ରମ୍ଜାନ୍। ସେମାନଙ୍କଠାରୁ ଜୁଆରେ ବ୍ୟବହୃତ ସାମଗ୍ରୀ ସହ ୧୪୫୦ଟଙ୍କା ଜବତ କରିଛି ପୋଲିସ। ସମସ୍ତ ଅଭିଯୁକ୍ତ ଖାରବଳେନଗର ଥାନା ମସଜିଦ୍ କଲୋନିର ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଗତ ୨ଜଣ କୁଖ୍ୟାତ ସିପୁନ କବି ଓ ହରେକୃଷ୍ଣ ସ୍ୱାଇଁଙ୍କୁ ବଡ଼ଗଡ଼ର ଚିଲିପୋଖରି ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ପୋଲିସ ଏନକାଉଣ୍ଟର କରିଥିଲା।