ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଭୁବନେଶ୍ୱର କମିଶନ ରେଟ ପୋଲିସ ଗତକାଲି ରାତିରେ ଦୁଇ ଜଣ କୁଖ୍ୟାତ ଅପରାଧୀଙ୍କୁ ଏନକାଉଣ୍ଟର କରିଛି । ଭୁବନେଶ୍ୱର ସ୍ଥିତ ବଡ଼ଗଡ଼ ଚିଲିପୋଖରୀ ଅଞ୍ଚଳରେ କମିଶନରେଟ୍ ପୁଲିସ୍ର ଏନ୍କାଉଣ୍ଟରେ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ସିପୁନ କବି ଓ ହରେକୃଷ୍ଣ ସ୍ୱାଇଁ ଆହତ ହୋଇଛନ୍ତି। ବଡ଼ଗଡ଼ର ଚିଲିପୋଖରି ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏହି ଏନକାଉଣ୍ଟର ଘଟିଛି। ଅପରାଧୀ ଦ୍ବୟ ଯେଉଁ ସ୍ଥାନରେ ରହୁଥିଲେ ସେଠାରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା।
ମାତ୍ର ସେମାନେ ପୁଲିସ ଉପରକୁ ଗୁଳି ଚଳାଇ ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କ ଉପରକୁ ପାଲଟା ଗୁଳିମାଡ଼ କରିବାରୁ ଉଭୟେ ଆହତ ହୋଇଥିଲେ। ଅପରାଧୀଙ୍କଠାରୁ ପୋଲିସ ଗୋଟିଏ ଦେଶୀ ବନ୍ଧୁକ,ଅଫୁଟା ଗୁଳି,ଖେଳନା ବନ୍ଧୁକ,ଗୋଟିଏ ବାଇକ,ନଗଦ ପଚାଶ ହଜାର ଟଙ୍କା ଜବତ କରିଛି। ବିଳମ୍ବିତ ରାତି ୨ଟା ୪୫ମିନିଟରେ ରେ ଏହି ଏନକାଉଣ୍ଟର କରାଯାଇଛି । ରସୁଲଗଡ ତୃପ୍ତି ଢାବା ମାଲିକ ବୁଲୁ ସାମନ୍ତରାୟଙ୍କୁ ଆକ୍ରମଣ ଓ ମଂଚେଶ୍ୱର ହୋଇଥିବା ବିଭିନ୍ନ ଲୁଟ୍ ଘଟଣାରେ ଏହି ଦୁଇ ଅପରାଧୀଙ୍କ ସଂପୃକ୍ତି ରହିଥିବା ପୁଲିସ କହିଛି ।
ସେମାନଙ୍କର ଗୋଡରେ ଗୁଳି ବାଜିଥିବାରୁ ଚିକିତ୍ସା ପାଇଁ ସେମାନଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ମହିମା ମୋଟର୍ସଠୁ ଲୁଟ୍ କରିଥିବା ସୂଚନା ମିଳିଛି । ଗତକାଲି ଧରାପଡିଥିବା ଲୁଟେରା ଗ୍ୟାଙ୍ଗର କିଛି ସଦସ୍ୟ ଧଉଳୀ ଥାନା ଅନ୍ତର୍ଗତ ବାପୁଜୀ ହାଇଟ ଏକ ଫ୍ଲାଟରେ ଲୁଚିଥିବା ପୋଲିସକୁ ସୂଚନା ମିଳିବା ପରେ ପୋଲିସ ସେମାନଙ୍କୁ କାବୁ କରିବା ପାଇଁ ଯୋଜନା ଆରମ୍ଭ କରିଥିଲା ।