ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗତକାଲି ଗଞ୍ଜାମରେ ଏକ ବସରେ ବିଦ୍ୟୁତ ତାର ଲାଗି ଯିବାରୁ ଘଟଣା ସ୍ଥଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଯେଉଁ ଘଟଣାକୁ ନେଇ ପୁରା ଦେଶରେ ଶୋକର ଛାୟା ଖେଳି ଯାଇଥିଲା । ତେବେ ଏହି ଘଟଣାରେ ଆଜି ଶକ୍ତି ବିଭାଗ ବିଭାଗୀୟ ମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଛି ।
ତେବେ ଏହି ଦୁର୍ଘଟଣାର ତର୍ଜମା ଓ ଅଧିକ ଆଲୋଚନା ପାଇଁ ଆଜି ଶକ୍ତିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ । ଏହି ବୈଠକରେ ଶକ୍ତି ବିଭାଗ ସହିତ ପରିବହନ ବିଭାଗର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ ।