ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଭିନ୍ନ ସମୟରେ ବିଭିନ୍ନ କଟକଣା ମାନ ଜାରି କରୁଛନ୍ତି । ତେବେ ଏହି ଭିତରେ ଏବେ ଆରଟିଓ ଅଫିସରେ ସାମାଜିକ ଦୂରତା କିଭଳି ସବୁ ସମୟରେ ବଜାୟ ରହିବ ତା ଉପରେ ଗୁରୁତ୍ୱ ଦେଇଛନ୍ତି । ଏବେ ରାଜ୍ୟ ସରକାର ଆରଟିଓ ଅଫିସରେ ସାଧାରଣ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି । ଏଥିପାଇଁ ଆରଟିଓ ଅଫିସରେ ନିଦ୍ଦିଷ୍ଟ ଭାବେ ପ୍ରବେଶ ଅନୁମତି ମିଳିବ ।
ଆଞ୍ଚଳିକ ପରିବହନ କେନ୍ଦ୍ର ଓ ମୁଖ୍ୟ ପରିବହନ କେନ୍ଦ୍ର କର୍ମଚାରୀଙ୍କୁ ପ୍ରବେଶ ଅନୁମତି ରହିଛି । ସେହିଭଳି ଯେଉଁମାନେ ଲର୍ଣ୍ଣି ଲାଇସେନ୍ସ ଓ ଗାଡି ଡ୍ରାଇଭିଙ୍ଗ ଆଦି ପାଇଁ ଆବେଦସନ କରିଥିବେ ସେମାନଙ୍କୁ ଅନୁମତି ରହିବ । ଲର୍ଣ୍ଣି ଲାଇସେନ୍ସ ଓ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ମାତ୍ର ଅଧଘଣ୍ଟାର ସ୍ଲଟ ରହିବ । ସେହିଭଳି ପ୍ରତିଦିନ କେତୋଟି ସ୍ଲଟ ରହିବ ତା ପରିବହନ ଅଧିକାରୀ ନିର୍ଦ୍ଧାରଣ କରିବେ । ସେହିଭଳି ମାସ୍କ ବ୍ୟବ ହାର ଓ ସାମାଜିକ ଦୂରତାକୁ ବାଧ୍ୟରତା ମୂଳକ କରାଯାଇଛି ।