ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ । ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର ଭାବେ ବାରିପଦା ହୋଇଥିବାରୁ ଏହାର ତାପମାତ୍ରା ୪୪.୬ ଡିଗ୍ରୀ ରେକର୍ଡ କରାଯାଇଛି । ଆଜି ମଧ୍ୟ ରାଜ୍ୟରେ ପ୍ରବଳ ଖରା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ହିଟୱେଭ୍ ଜାରି କରାଯାଇଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାତି ଅନୁଭୁତ ହେବ ।
୧୬ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଝପରେ ରେକର୍ଡ କରାଯାଇଛି । ଅସହ୍ୟ ତାତି କାରଣରୁ ଜନଜୀବନ ଅସ୍ତବ୍ୟସ୍ଥ ହୋଇପଡୁଛି । ଅନେକ ସହରରେ ରାସ୍ତା ଘାଟ ଶୂନ୍ୟ ହୋଇଥିବାର ଦେଖିବାକୁ ମିଳୁଛି । ବାରିପଦାରେ ଗତକାଲି ଅଧିକ ତାତି ଅନୁଭୂତ ହୋଇଥିଲା ।
ସେହିପରି ତାଳଜେରରେ ତାପମାତ୍ରା ୪୨.୭ ଡିଗ୍ରୀ ରହିଥିବାବେଳେ ଝାରସୁଗୁଡାରେ ୪୨.୨,ଟିଟିଲାଗଡରେ ୪୨ଡିଗ୍ରୀ ରେକର୍ଡ କରାଯାଇଛି । ତାଳଚେର, ବୌଦ୍ଧ, ସମ୍ବଲପୁର, ମାଲକାନଗିରି, ସୁନ୍ଦରଗଡ ଓ କଟକରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।