ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏଣିକି ପ୍ରତ୍ୟକ ରବିବାର ବରିଷ୍ଠ ନାଗରିକଙ୍କ ପାଇଁ ଥାନାରେ ବୈଠକ ହେବ । ଅପରାହ୍ନ ୪ ଟାରୁ ୫ ଟା ପର୍ଯ୍ୟନ୍ତ ବୈଠକ ହେବ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ।ପ୍ରତି ରବିବାର ଆଇଆଇସିଙ୍କ ଅଧ୍ୟକ୍ଷତାରେ ଥାନାରେ ବୈଠକ କରାଯିବ। ଏଥିରେ ବରିଷ୍ଠ ନାଗରିକମାନେ ଯୋଗଦେବେ ।
ସେମାନେ ତାଙ୍କ ଅଂଚଳର ସମସ୍ୟା ଆଇଆଇସିଙ୍କୁ ଜଣାଇବେ ।ଘରେ ସିସିଟିଭି ଲଗାଇବା ସହ ‘ସହାୟତା’ ଆପ୍ ବ୍ୟବହାର କରିବାକୁ ବରିଷ୍ଠ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ ଏହି ଆପ୍ ବ୍ୟବହାର କରିବା ଦ୍ୱାରା ବାରମ୍ବାର ଥାନାକୁ ଆସିବାକୁ ପଡିବ ନାହିଁ । ରାଜ୍ୟ ସରକାରଙ୍କ ଫାଇବ ଟି ଲାଗୁହେବା ପରେ କିଭଳି ସାଧାରଣ ଲୋକଙ୍କ ସହିତ ପୋଲିସର ଉତ୍ତମ ସମନ୍ୱୟ ରହି ପାରିବ ସେ ଦୃଷ୍ଟି ଦିଆଉଛି । ଏଇ ନିକଟରେ ଥାନାରେ କିଭଳି ସାଧାରଣ ଲୋକ ଟିଏ ଅସୁବିଧାର ସମ୍ମୁଖୀନ ନହେବ ସେଥିପାଇଁ ପୋଲିସ କମିଶନ ଅଫିସରୁ ଅଭିଯୋଗକାରୀଙ୍କ ନିକଟକୁ ଫୋନ ଯାଉଛି ଯାହା ମାଧ୍ୟମରେ ଥାନାରେ ସେମାନଙ୍କ ସହିତ ହୋଇଥିବା ବ୍ୟବହାରର ମୂଲ୍ୟାୟନ କରିବେ ।