ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପୁରୀ ଶ୍ରୀମନ୍ଦିର ପରେ ଏବେ ଲିଙ୍ଗରାଜ ମନ୍ଦିର ଚାରିପାଖରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଲିଙ୍ଗରାଜ ମନ୍ଦିରର ସିଂହ ଦ୍ୱାରରୁ ଭଜନ ମଣ୍ଡପ ଯାଏଁ ଏବଂ ସିଂହ ଦ୍ୱାରାରୁ ସବଷ୍ଟେସନ ଯାଏଁ ଥିବା ଉଠା ଦୋକାନ ହାଟା ଯାଉଛି । ମନ୍ଦିର ଚାରିପଟେ ସରକାରୀ ଜମିରେ ଥିବା ଜବରଦଖଲ କରି ନିର୍ମାଣ ହୋଇଥିବା ଦୋକାନ ଘର ଏବଂ କୋଠା ଭଙ୍ଗାଯିବ । ପୂର୍ବରୁ ପ୍ରଶାସନ ପକ୍ଷରୁ ମାପଚୁପ କରି ଯେଉଁ ଅନୁସାରେ ଚିହ୍ନ ଦିଆଯାଥିଲା ସେହି ଅନୁଯାୟୀ ଭଙ୍ଗାଯିବ ।
ଏହାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତେଷ ପ୍ରକାଶ ପାଇଛି । ବ୍ୟବସାୟୀ ମାନେ ଉଚ୍ଛେଦ କରିବା ପୂର୍ବରୁ ଥଇଥାନ କରିବା ପାଇଁ ଦାବୀ କରିଛନ୍ତି । ସୂଚନା ଯୋଗ୍ୟ ଥାଉକି ଲିଙ୍ଗରାଜ ମନ୍ଦିର ପରିସରରୁ ଜବରଦଖଲ ଉଚ୍ଛେଦ କରି ଏହାର ଉନ୍ନତିକରଣ କରାଯିବ । ଏଥିପାଇଁ ଲିଙ୍ଗରାଜ ମନ୍ଦିର ପରିସର ପାଇଁ ସମ୍ଫୂର୍ଣ୍ଣ ଡିଜାଇନ ମଧ୍ୟ ପ୍ରସ୍ତୁତ କରାଯାଉଛି । ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଲିଙ୍ଗରାଜ ମନ୍ଦିର ଉନ୍ନତିକରଣ ଓ ସ୍ୱତନ୍ତ୍ର ଆଇନ ନେଇ ପ୍ୟାକେଜ ଘୋଷଣା କରିବେ ବୋଲି ସୂଚନା ମିଳିଛି ।