ପୁରୀ(ଏଟିଆର ବ୍ୟୁରୋ): ପୁରୀ ସ୍ୱର୍ଗଦ୍ୱାର ପାଖରେ ଥିବା ଜବରଦଖଲକୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଆଜି ସକାଳେ ପୁରୀ ପୌର ସଂସ୍ଥା ପକ୍ଷରୁ ସ୍ୱର୍ଗଦ୍ୱାର ପାଖରେ ଥିବା ତିନୋଟି ଦୋକାନ ଘରକୁ ଉଚ୍ଛେଦ କରାଯାଇଛି । ତେବେ ସ୍ୱର୍ଗଦ୍ୱାର ନିକଟରେ ଥିବା ଏକ ଧର୍ମଶାଳାକୁ ଉଚ୍ଛେଦ କରିବା ବେଳେ ସେଠାରେ ଉତ୍ତେଜନା ଦେଖାଯାଇଛି । ଧର୍ମଶାଳାକୁ ଉଚ୍ଛେଦ କରିବା ସମୟରେ କିଛି ମହିଳା ଧର୍ମଶାଳା ସମ୍ମୁଖରେ ଠିଆ ହୋଇ ଏହି ପ୍ରକ୍ରିୟାକୁ ବିରୋଧ କରିଛନ୍ତିି । ଫଳରେ ଉଚ୍ଛେଦ ପ୍ରକ୍ରିୟାକୁ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ଅନ୍ୟପଟେ ପୌରସଂସ୍ଥାର ଅଧିକାରି ମାନେ ମହିଳା ମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ।
ସୂଚନା ଯୋଗ୍ୟ ରାଜ୍ୟ ସରକାର ପୁରୀକୁ ବିଶ୍ୱ ଐତିହ୍ୟରେ ପରିଣତ କରିବା ପାଇଁ ବିଭିନ୍ନ ପ୍ରକାରର ଯୋଜନା କରୁଛନ୍ତି । ପ୍ରଥମେ ପୁରୀ ଶ୍ରୀମନ୍ଦିର ଚାରିପଟେ ଥିବା ଜବର ଦଖଳକୁ ଉଚ୍ଛେଦ କରି ଥିଲେ ରାଜ୍ୟ ସରକାର ଓ ପୁରୀ ପୌର ପାଳିକା ସଂସ୍ଥା । ଏହି ଉଚ୍ଛେଦ ପ୍ରକ୍ରିୟା ପରେ ସେଠାରେ ସୌନ୍ଦର୍ଯ୍ୟକରଣ କରାଯାଇଛି । ଏହା ପରେ ରାଜ୍ୟ ରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥିଳିକୁ ସଜାଡିବାରେ ଲାଗିଛନ୍ତି ରାଜ୍ୟ ସରକାର ।