ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସୋମବାର କଂଗ୍ରେସକୁ ଅଲବିଦା କହିଥିବା ବିଜେପୁର ନେତା ପ୍ରଣୟ ସାହୁ ମଙ୍ଗଳବାର ବିଜେଡିରେ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି । ଆଜି ତାଙ୍କର ୧୫୦ କର୍ମୀଙ୍କ ସହ ବିଜେଡିରେ ଯୋଗଦେବେ । ଦିନ ୧୧ଟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଧିବଦ୍ଦ ଭାବରେ ବିଜେଡିରେ ଯୋଗଦେବେ । ତେବେ ଏହି ସମୟରେ ବିଜେପୁର ବିଧାୟକ ରୀତା ସହୁ ଏବଂ ସାଂସଦ ପ୍ରଶନ୍ନ ଆଚାର୍ଯ୍ୟ,ବରଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ମଲ୍ଲିକ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେବେ ।
ବିଜେପୁର ଉପନିର୍ବାଚନ ସମୟରେ ପ୍ରଣୟ ପ୍ରଥମ ଥର ପାଇଁ ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ସେପଟେ ଦଳରେ ତାଙ୍କୁ ଅଣଦେଖା କରାଯାଉଥିବାରୁ ସେ ଅଚାନକ ଭାବରେ କାଲି କଂଗ୍ରେସ ଛାଡିଥିଲେ । ଆଜି ସେ ବିଧିବଦ୍ଧ ଭାବରେ ବିଜେଡିରେ ମିଶିବେ । ବିଜେଡିରେ ଯୋଗ ଦେବା ପରେ ବିଜେପୁରରେ ବିଜେଡିର ପଲ୍ଲା ଭାରି ରହିବ ବୋଲି ଆଶା କରାଯାଇଛି । ସେପଟେ କଂଗ୍ରେସରୁ ଯିଏ ଗଲେ ବି କଂଗ୍ରେସ ଦୁର୍ବଳ ହେବ ନାହିଁ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।