ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଜଣେ ନକଲି ଲେଡି ଆଇପିଏସ୍ ଅଫିସରଙ୍କୁ ଗିରଫ କରିଛି ପୋଲିସ । ଏହ ନକଲିି ଲେଡି ଅଫିସର ଜଣକ ନିଜକୁ ୨୦୧୮ ବ୍ୟାଚର ଅଫିସର କହି ନିଜର ପରିଚୟ ଦେଉଥିଲେ । ଏହା ସହ ଲକ୍ ଡାଉନ୍ କଟକଣା କହୋଲ କରିବା ପାଇଁ ମହିଳା ଥାନାକୁ ଫୋନ କରୁଥିଲେ । ଖାଲି ସେତି ନୁହେଁ ନକଲି ଲେଡି ଅଫିସର ଜଣଙ୍କ ଫୋନ୍ କରି କିଛି ସାମଗ୍ରୀ ଓ ଟଙ୍କା ପଠାଇବାକୁ ମହିଳା ଥାନାକୁ କହିଥିଲେ । ଏହା ସହ ଲକ୍ ଡାଉନ୍ ସମୟରେ ଡ୍ୟୁଟି କରୁଥିବା କିଛି କନେଷ୍ଟବଳଙ୍କ ଡ୍ୟୁଟି ବଦଳାଇବାକୁ ଫୋନ୍ କରି ଚାପ ପକାଉଥିଲେ । ବାରମ୍ବାର ଫୋନ୍ କରିବା ଫଳରେ ପୋଲିସର ସନ୍ଦେହ ସୃଷ୍ଟି ହୋଇଥିଲା ।
ତେବେ ପୋଲିସ ନକଲି ଲେଡି ପୋଲିସ ଅଫିସରଙ୍କ ଘରେ ଚଢାଉ କରିଥିଲା । ସେଠାରୁ ପୋଲିସ ଶର୍ମିଷ୍ଠା ବେହେରା ନାମକ ଜଣେ ଯୁବତୀଙ୍କୁ ଗିରଫ କରିଛି । ତାଙ୍କ ଘରୁ ନକଲି ଆପିଏସ୍ ପୋଷାକ ଓ ଟୋପି ଜବତ କରିଛି । ପୋଲିସ ଯୁବତୀ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଯୁବତୀ ଜଣଙ୍କ କଣ ପାଇଁ ଏଭଳି କରୁଥିଲେ ତାହାର ଜଣା ପଡିନାହିଁ । ପୋଲିସ ଏହି ନକଲି ଲେଡି ଅଫିସରଙ୍କ ବିଷୟରେ ତଦନ୍ତ ଜାରି ରଖିଛି ।