ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୂର୍ବତନ ସ୍ଥଳସେନା ମୁଖ୍ୟ ତଥା ସିଡିଏସ ଜେନେରାଲ ବିପିନ ରାୱତଙ୍କ ନାମରେ ଏକ ମିଛ ବିବାଦୀୟ ଚିଠି ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ନୂୁତନ ବର୍ଷର ଅଭିନନ୍ଦନ ସହିତ କିଛି ବିବାଦୀୟ ମନ୍ତବ୍ୟ ରହିଛି । ଯେଉଁଥିରେ ଲେଖା ରହିଛି ସ୍ଥଳସେନା ଦେଶର ଅନ୍ୟ ଦୁଇ ସେନା ତୁଳନାରେ ଅଧିକ ଦେଶକୁ ଅଧିକ ସୁରକ୍ଷା ଯୋଗାଉଛି । ଏହି ଦୁଇ ସେନା ସ୍ଥଳସେନା ନିର୍ଦେଶରେ ଚାଲିବା ଦରକାର ।
A purported letter from Gen. #BipinRawat is circulating on social media.#PIBFactCheck : No such letter has been written by him. The letter is fake and morphed.
Conclusion: #fakenews pic.twitter.com/f3dbJfEdYk
— PIB Fact Check (@PIBFactCheck) January 1, 2020
ଏହି ପତ୍ରଟି ଶୋସିଆଲ ମିଡିଆରେ ଭାଇରାଲ ହେବା ଫଳରେ ଏହାକୁ ପିଆଇବି ବା ପ୍ରେସ ଇନଫରମେସନ ବ୍ୟୁରୋ ପକ୍ଷରୁ ଯାଞ୍ଚ କରାଯାଇ ଏହା ଏକ ମିଛ ପତ୍ର ବୋଲି ଖୁଲାସା କରାଯାଇଛି । ଏହି ଭାଇରାଲ କପିକୁ ପିଆଇବି ନିଜ ଟ୍ୱିଟର ପେଜରେ ପୋଷ୍ଟ କରି ଏହା ଫେକ ଲେଟର ବୋଲି ସୂଚନା ଦିଆଯାଇଛି । ଏଥିରେ ଲେଖା ଯାଇଛି ବିପନ ରାୱତଙ୍କ ନାମରେ ଏକ ମିଛ ପତ୍ର ଭାଇରାଲ ହେଉଛି । ଏଥିରେ କୌଣସି ସତ୍ୟତା ନାହିଁ । ବିପିନ ରାୱତଙ୍କ ଦ୍ୱାରା ଏଭଳି କୌଣିସ ପତ୍ର ଲେଖା ଯାଇନାହିଁ ।