ରାଜ ରାସ୍ତାରେ ବାଜୁଛି ବାଜା । ପିଲା ଠୁ ବୁଢା ସଭିଏଁ ଧାଡି ଧାଡି ହୋଇ ସୋଭା ଯାତ୍ରାରେ ଯାଇଛନ୍ତି । ଏ ସୋଭା ଯାତ୍ରା କୋଣସି ର୍ନିବାଚନି ରାଲିର ନୁହେଁ । ବରଂ ଏ ରାଲି ବା ସୋଭା ଯାତ୍ରା ହେଇଛି ବିଦାୟ କାଳୀନ ସମ୍ବର୍ଦ୍ଧନାର । ଆଉ ଏ ରାଲିରେ ଉପସ୍ଥିତ ଥିବା ସମସ୍ତ ଙ୍କ ଆଖି, ଓଠ ଓ ମନ କହୁଥିଲା ଗୋଟିଏ କଥା ସର୍ବଦା ଝୁରିବୁ ତୁମକୁ ।
ଆଜିର ସମାଜରେ କୌଣସି ଏକ ସମସ୍ୟାକୁ ନେଇ ସାଧାରଣ ମଣିଷ ଟିଏ ପୋଲିସ ପାଖକୁ ଯିବାକୁ ଭୟ କରିଥାଏ । ଏବେ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯେଉଁ ଥିରେ ଏକ ପୋଲିସ ଅଫିସରଙ୍କୁ କାନ୍ଧରେ ବସାଇ ଗିତ ଗାଇ ବିଦାୟ ଦେଇଛନ୍ତି ସାଧାରଣ ଲୋକେ । ହୁଳହୁଳି , ମିନା ସାର ଜିନ୍ଦାବାଦ ଶ୍ୱରରେ ପ୍ରକମ୍ପିତ ହେଉଥିଲା ଗଗନ ପବନ । ଭଲଭାବେ ଦେଖନ୍ତୁ ଏ ଦୃଶ୍ୟକୁ । ଯାହା ପୋଲିସ ଓ ପବ୍ଲିକ୍ ଭିତରେ ଥିବା ଗୁଡ୍ ରିଲେସନକୁ ସାମ୍ନାକୁଆଣିଛି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିିଳିିଛି ମାଲକାନଗିରି ଜିଲ୍ଲାରେ । ମାଲକାନଗିରି ଏସପି ଶ୍ରୀ ଜଗନ ମୋହନ ମୀନାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନାରେ ସାଧାରଣ ଲୋକେ ବାଣ ଫୁଟାଇ, ବାଜା ବଜାଇ , କାନ୍ଧରେ ବସାଇ ଏସପିକୁ ବିଦାୟ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେଉଁଠୁ ଗୋଟିଏ କଥା ସ୍ପଷ୍ଟ ବାରିହୋଇ ପଡୁଛି ଆମେ ସର୍ବଦା ଝୁରିବୁ ତୁମକୁ ।ଜଣେ ସଚ୍ଚୋଟ ମଣିଷ ନିଜର କାର୍ଯ୍ୟ ପାଇଁ ସବୁବେଳେ ହୋଇଥାଏ ସମାଜର ପ୍ରିୟ । ଯାହା ମଣିଷର ବ୍ୟକ୍ତିତ୍ୱକୁ କରିଥାଏ ବିକାଶ । ଆଉ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ପାଲଟି ଯାଏ ସଭିଙ୍କର ହିରୋ ।
ଏଇ ନିକଟରେ ରାଜ୍ୟରେ ଆଇପିଏସ ସ୍ତରରେ ହୋଇଥିବା ବଡ ଧରଣର ଅଦଳବଦଳରେ ମାଲକାନଗଗିରି ଏସପି ଜଗନ ମୋହନ ମୀନାଙ୍କୁ ଅନୁଗୁଳ ଏସପି ଭାବେ ଦାଇତ୍ୱ ମିଳିଛି । ତେବେ ଏସପି ଶ୍ରୀ ମିନାଙ୍କର ବଦଳି ହେବା ପରେ ତାଙ୍କୁ ଦିଆଯାଇଥିଲା ସମ୍ବର୍ଦ୍ଧନା । ଯାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହା ଗୋଟିଏ କଥା ସ୍ପଷ୍ଟ କରୁଛି ସତରେ ଆମେ ସର୍ବଦା ଝୁରିବୁ ତୁମକୁ ।ଆଉ ଥରେ ଭଲ ଭାବେ ଦେଖନ୍ତୁ ଏ ଦୃଶ୍ୟକୁ । ଏ ଦୃଶ୍ୟ ଗୋଟିଏ କଥା କହୁଛି ଦୁନିଆ ନଦୀରେ, ସେବା ମୋ ଡଙ୍ଗା, ଜୀବନ ଆହୁଲା ।