ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ଓଡିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଘ । ପ୍ରାଇସ ପ୍ରେଷ୍ଟିଜ ଏବଂ ପେନସନ ଦାବିରେ ଏହି ବନ୍ଦ ଡାକରା ଦିଆ ଯାଇଛି । ମାତ୍ର ଏହାର ପ୍ରଭାବ ସେମିତି ଦେଖିବାକୁ ମିଳିନାହିଁ । କାରଣ ସ୍ୱଭାବିକ ଭାବରେ ଗାଡି ଚଳାଚଳ ଏବଂ ଦୋକାନ ବଜାର ସବୁ କିଛି ଖୋଲା ରହିଛି । ତେବେ ସବୁଠାରୁ ବନ୍ଦ କଥା ହେଉଛି ଚାଷୀମାନେ ହକ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଦାବି ପୂରଣ ପାଇଁ ଏତେ ନୀଳା । କିନ୍ତୁ ସେପଟେ ଏହାକୁ ଆରମ୍ଭ ହୋଇ ଯାଇଛି ରାଜନୀତି । ଚାଷୀମାନଙ୍କ ବନ୍ଦ ପାଳନକକୁ ନୈତିକ ଭାବରେ ବିଜେପି ଏବଂ କଂଗ୍ରେସ ନୈତିକ ଦୃଷ୍ଟିରୁ ସମର୍ଥନ ଦେଇଛନ୍ତି । କିନ୍ତୁ ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ପଡିନି ବନ୍ଦର ପ୍ରଭାବ । ଆଜି ଦିନିକିଆ ବରଗଡ ଗସ୍ତରେ ଯାଇ ସେଠାରେ ଚାଷୀ ସମାବେଶ କରିବେ ମୁଖ୍ୟମନ୍ତ୍ରୀ । କାଳିଆ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆଜି ବରଗଡ ସୋହଲାରେ ଚାଷୀଙ୍କୁ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଚାଷୀ କିଏ? ଯଦି ପ୍ରକୃତରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତିି ତେବେ କାଳିଆ ଯୋଜନା ଟଙ୍କା ଆଣିବାକୁ କେମିତି ଯିବେ । ଏପଟେ ଓଡିଶା ବନ୍ଦ ଡାକରା ଦେଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କିପରି ସରକାରୀ କାର୍ଯ୍ୟକ୍ରମ ରଖିଛନ୍ତି? ଏହାକୁ ନେଇ ସାଧାରଣରେ ଉଠିଛି ଅନେକ ପ୍ରଶ୍ନ । ପୂର୍ବରୁ ଚାଷୀମାନେ ବନ୍ଦ ଡାକରା ଦେଇଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ଆଜି କିପରି ଭାବରେ ଏହି ଚାଷୀ ସମାବେଶ କରୁଛନ୍ତି । ତେବେ ସରକାର କଣ ଚାଷୀଙ୍କ ଆନ୍ଦୋଳନକୁ ପୁଣିଥରେ ଭଣ୍ଡୁର କରିବା ପାଇଁ ଚେଷ୍ଠା କରୁଛନ୍ତି କି? ନାଁ ଚାଷୀଙ୍କ ମଧ୍ୟରେ ଦୁଇଟି ଗୋଷ୍ଠି ତିଆରି କରିବାର ଯୋଜନା କରୁଛନ୍ତି । କାରଣ ଗୋଟିଏ ପରେ ଚାଷୀମାନେ ରଣ ହୁଙ୍କାର ଦେଇ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଏପରି କାର୍ଯ୍ୟକ୍ରମ । ଯାହାକି ସାଧାରଣ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଠି କରୁଛି ।
କଂଗ୍ରେସ ଏବଂ ବିଜେପି ନୈତିକତା ଦୃଷ୍ଟିରୁ ଚାଷୀଙ୍କୁ ସମର୍ଥନ ଜଣାଇଥିବାରୁ କାଳେ ଚାଷୀଙ୍କ ଅନୁକମ୍ପା ଭୋଟ ସେମାନଙ୍କ ଖାତାକୁ ପଳାଇବ ଏଣୁ ସରକାର ଯୋଜନା ବଦ୍ଧ ଭାବରେ ଆଜି ବନ୍ଦ ଦିନରେ ଏଭଳି କାର୍ଯ୍ୟକ୍ରମ କରିଥିବା ବିରୋଧୀମାନେ ଅଭିଯୋଗ କରିଛନ୍ତି । ସେପଟେ କଂଗ୍ରେସ ସବୁବେଳେ ଚାଷୀଙ୍କ ସହିତ ଥିଲା ଏବଂ ରହିଥିବ ବୋଲି କହୁଥିବା ବେଳେ ନିକଟରେ ଚାଷୀ ଭୋଟବ୍ୟାଙ୍କ ହାତରୁ ଖସିଥିବାରୁ ବିଜେପି ହାରିଥିଲା । ଏଣୁ ଓଡିଶାରେ ଚାେଈଙ୍କ ସହିତ ରହିବା ପାଇଁ ଚେଷ୍ଠା କରୁଛି ବିଜେପି । ଏଭଳି ଅନେକ ଚର୍ଚ୍ଚା ହେଉଛି ସାଧାରଣରେ । ତିନି ପ୍ରମୁଖ ରାଜନୈତିକ ଦଳ ନିର୍ବାଚନ ପାଖେଇ ଆସୁଥିବାରୁ ଚାଷୀଙ୍କୁ ନେଇ ରାଜନୀତି ଆରମ୍ଭ କରି ଦେଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଚାଷୀ କାହାର?