ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; କଥାରେ ଅଛି ଜୟ ଜବାନ ଜୟ କିଶାନ । ଦେଶ ପାଇଁ ଜଣେ ଯବାନର ଯେତିକି ଗୁରୁତ୍ୱ ରହିଛି ସେହିଭଳି ଜଣେ କୃଷକର ମଧ୍ୟ ସେତିକି ଅବଦାନ ଦେଶ ପାଇଁ ରହିଛି । ମାତ୍ର ସବୁବେଳେ କୃଷକମାନେ ଅବହେଳିତ ହୋଇ ଆସୁଛନ୍ତି । ଏଣୁ ବାଧ୍ୟ ହୋଇ ଏହି ଚାଷୀମାନେ ରାଜ ରାସ୍ତାକୁ ଓହ୍ଲାଇ ଥାନ୍ତି । ସେହିପରି ଓଡିଶାର ଚାଷୀମାନେ ୫ ତାରିଖରେ ରାଜଧାନୀରେ ଏକ ବିଶାଳ ସମାବେଶର ଆୟୋଜନ କରୁଛନ୍ତି ନବନିର୍ମାଣ କୃଷକ ସଙ୍ଘ । ଏଥିରେ ରାଜ୍ୟର ଲକ୍ଷାଧିକ ଚାଷୀ ଯୋଗଦେବେ ବୋଲି ସୂଚନା ମିଳିଛି ।
ପ୍ରାଇସ,ପ୍ରେଷ୍ଟିଜ ଏବଂ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଘ ତରଫରୁ ୫ ତାରିଖରେ ବିଶାଳ ସମାବେଶ କରାଯିବ । ଏଣୁ ଭୁବନେଶ୍ୱର ଅଭିମୁଖେ ପଦ ଯାତ୍ରାରେ ବାହାରି ଛନ୍ତି । ତେବେ ଗତ କାଲି ଜଗତସିଂହପୁର ବିରୁପକ୍ଷେଶ୍ୱର ମନ୍ଦିର ପାଖରେ ରାତ୍ରି ଯାପନ କରିଥିଲେ । ଏହି ସମୟରେ ଏଠାରେ କଟକ ଜିଲ୍ଳାପାଳ ଅରବିନ୍ଦ ଅଗ୍ରୱାଲ ପହଁଞ୍ଚି ଚାଷୀମାନଙ୍କ ସହ ମିଶିବା ସହ ଆରମ୍ଭ କରିଥିବା ଅଭିଯାନରୁ ବିରତ ରହିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଚାଷୀମାନେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ତେବେ ସବୁଠାରୁ ବଡ କଥା ହେଉଛି ଭୁବନେଶ୍ୱରରେ ହେବାକୁ ଥିବା ସମାବେଶକୁ ବନ୍ଦ କରିବା ପାଇଁ ପୋଲିସ ଚକ୍ରାନ୍ତ କରୁଛି ବୋଲି ଅଭିଯୋଗ କରିଛନ୍ତି ଚାଷୀ । ସରକାର ଯେତେ ଦିନ ପର୍ଯ୍ୟନ୍ତ ଏମାନଙ୍କ ଦାବୀ ନ ଶୁଣିବେ ଏମାନେ ଏହି ଭଳି ଆନ୍ଦୋଳନକୁ ଜାରୀ ରଖିବେ ବୋଲି ସୂଚନା ଦେଇଛନ୍ତି ।