ଭୁବନେଶ୍ୱର (ଏଟିଆର ବ୍ୟୁରୋ); ୨୧ ତାରିଖ ଓଡିଶା ବନ୍ଦକୁ ନେଇ ବହୁତ ଚର୍ଚ୍ଚା ହେଉଥିଲା । କିନ୍ତୁ ଯେଉଁଭଳି ଭାବରେ ଚର୍ଚ୍ଚା ହେଉଥିଲା ସେମିତି କିଛି ବି ପ୍ରଭାବ ପଡିନାହିଁ । ପୁଣି ଥରେ ଧକ୍କା ଖାଇଲେ ଚାଷୀ । ଆନ୍ଦୋଳନ କରୁଥିବା ଚାଷିଙ୍କୁ ଉଠାଇନେଲା ପୋଲିସ । ଗାଡି ମଟର ସ୍ୱାଭାବିକ ଭାବରେ ମଧ୍ୟ ଚାଲଛି । ଏବଂ ଦୋକନ ବଜାର ମଧ୍ୟ ଖୋଲା ରହିଥିବା ଦେଖିବାକୁ ମିଳିଛି । କେବଳ କେତେକ ବଡ ବଡ ସପିଂ ମଲ ବନ୍ଦ ରହିଛି । ଏବଂ କେତେଟା ହାତ ଗଣତି ପେଟ୍ରୋଲ ପମ୍ପ ଏବଂ ମଦ ଦୋକାନ ବନ୍ଦ ରହିଛି । କିନ୍ତୁ କେତେକ ସ୍ଥାନରେ ମଦ ଦୋକାନ ଏବଂ ପେଟ୍ରୋଲ ପମ୍ପ ଖୋଲା ରହିଛି ।
ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ଏବଂ ବରମୁଣ୍ଡା ଏଚପି ପେଟ୍ରୋଲ ପମ୍ପ ଖୋଲା ରହିଥିବା ବେଳେ ଡମଣା ଛକରେ ଥିବା ମଦ ଦୋକାନ ମଧ୍ୟ ଖୋଲା ରହିଛି । ତେବେ ରାଜଧାନୀର ପ୍ରାୟ ସ୍କୁଲ ମଧ୍ୟ ଖୋଲା ରହିଛି । ଯେମିତିକି ସରସ୍ୱତୀ ବିଦ୍ୟାମନ୍ଦିର ଏବଂ ପଟିଆ କାନନ ବିହାର ଜୟଦେବ ଶିକ୍ଷାକେନ୍ଦ୍ର । ଏଭଳି ଭାବରେ ସମସ୍ତ ଜାଗାରେ ରହିଛି ବନ୍ଦ । କେବଳ ରାଜଧାନୀ କାହିଁକି ଓଡିଶା ସାରା ଏଭଳି ରହିଛି ବନ୍ଦ । ବସ ଚଳାଚଳ ବନ୍ଦ ରହିବ ବୋଲି ପୂର୍ବରୁ ଘୋଷଣା କରିଥିଲେ ମଧ୍ୟ ବସ ଚଳାଚଳ ହେଉଥିବା ଦେଖିବାକୁ ମିଳିଛି । ତେବେ ଏଭଳି ବନ୍ଦକୁ ସାଧାରଣରେ ଚର୍ଚ୍ଚା ହେଉଛି ।
ପୁଣିଥରେ ଚାଷୀମାନେ ସରକାରଙ୍କର ସାବତ ପୁଅ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ରାଜଧାନୀରେ ଆନ୍ଦୋଳନ କରିବା ପାଇଁ ଆସିଲେ ପୋଲିସ ଲଗାଇ ସେମାନଙ୍କ ରାଲିକୁ ଭଣ୍ଡୁର କରାଯାଉଥିଲା । ଦୁଇ ଦୁଇ ଥର ବିଶାଳ ରାଲିରେ ଆସି ମଧ୍ୟ ଏହାକୁ କରିବା ପାଇଁ ଦେଇନଥିଲା ପୋଲିସ । ଯାହାକି ଅଭିଯୋଗ କରିଛନ୍ତି ଚାଷୀ । ତେବେ ଏହି ପ୍ରତିବାଦରେ ପ୍ରଥମେ ନିଜ ଅଞ୍ଚଳ ଏବଂ ଆଜି ଓଡିଶା ବନ୍ଦ ପାଇଁ ଡାକରା ଦେଇଥିଲେ । କିନ୍ତୁ ଆଜି ମଧ୍ୟ ଏହା ସଫଳ ହୋଇନାହିଁ । ସୂଚନା ଯୋଗ୍ୟ, ଚାଷୀମାନେ ପ୍ରାଇସ,ପ୍ରେଷ୍ଟିଜ ଏବଂ ପେନସନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।