କନ୍ଧମାଳ ( ଏଟିଆର ବ୍ୟୁରୋ): ପୁଣିଗଲା ଚାଷୀ ଜୀବନ । ଚାଷରେ କ୍ଷତି ପାଇଁ ପିଇଲେ ବିଷ । ବର୍ଷା ସାଜିଲା ଦାଉ । ଧାନ କିଆରିରେ ଚରିଗଲେ ପୋକ । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା, କ ନୂଆ ଗାଁ ବ୍ଲକ କିଲୁପଡା ଗାଁରେ । ଗତକାଲି ଏହି ଗ୍ରାମର ଚାଷୀ ଗୋବର୍ଦ୍ଧନ ମଲ୍ଲିକ କୀଟ ନାଶକ ପିଇ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁରସାରେ ଚାଷରେ କ୍ଷତି ହେବାରୁ ଗୋବର୍ଦ୍ଧନ ଆତ୍ମହତ୍ୟା କରିଥିବା ଜଣା ପଡିଛି । ଗତକାଲି ଗୋବର୍ଦ୍ଧନ କୀଟନାଶକ ବିଲରେ ପକାଇବାକୁ କ୍ଷେତକୁ ଯାଇଥିଲେ ।
ସେଠାରେ କୀଟନାଶକ ପକେଇ ଘରକୁ ଫେରିବା ପରେ ଘରେ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି । ଚଳିତ ବର୍ଷ ଗୋବର୍ଦ୍ଧନ ୩ ଏକର ଜମିରେ ଚାଷ କରିଥିଲେ । ମାତ୍ର ବର୍ଷା କାରଣରୁ ଜମିରେ ମାଟି ଚରିଯିବା ସହିତ କିଆରିରେ ପୋକ ହୋଇ ଯାଇଥିଲେ । ଯାହାକୁ ନେଇ ଗତ କିଛିଦିନ ହେଲା ଗୋବର୍ଦ୍ଧନ ଚିନ୍ତାରେ ଥିଲେ । ସବୁବେଳେ ଏହି କଥାକୁ ମୁଣ୍ଡରେ ପୁରାଇ ଏଣୁତେଣୁ ଗପୁଥିଲେ ।
ତେବେ ଗତକାଲି ବିଲରେ କ୍ଷତି ଦେଖି ସହି ନପାରିବାରୁ କୀଟ ନାଶକ ପିଇ ଦେଇଥିଲେ । ପରିବାର ଲୋକେ ଏହା ଜାଣିବା ପରେ ତାଙ୍କୁ ବାଲିଗୁଡା ମେଡିକାଲରେ ଭତ୍ତି କରିଥିଲେ । ଗତକାଲି ମେଡିକାଲରେ ଚିକିତ୍ସା ଚାଲୁଥିବା ବେଳେ ଗତକାଲି ସନ୍ଧ୍ୟାରେ ଗୋବର୍ଦ୍ଧନଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।