ଝାରସୁଗୁଡା ( ଏଟିଆର ବ୍ୟୁରୋ): ପୁଅ ବାହାଘର ପାଇଁ ଜିନିଷ କିଣି ଫେରୁଥିବା ଗାଡି ଧକ୍କାରେ ଗଲା ବାପା ଜୀବନ । ଏମିତି ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ଏନଏଚ ୪୯ରେ । ସୂଚନା ମୁତାବକ ବାପା ବିଶିକେଶନ କାଲୋ, ମା’ ତପସ୍ୱିନୀ କାଲୋ ଓ ପୁଅ ସତ୍ୟନାରାୟଣ କାଲୋ। ପୁଅ ବାହାଘର ପାଇଁ ବେଲପାହାଡରୁ ଜିନିଷ କିଣି ନିଜ ଘରକୁ ଫେରୁଥିବଳା ବେଳେ ଏନଏଚ ୪୯ ରେ ରାୟଗଡା ଆଡୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ତାଙ୍କ ଗାଡିକୁ ଧକ୍କା ଦେଇଥିଲା ।
ଯାହା ଫଳରେ ବାପା,ପୁଅ ଓ ମା ତିନି ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ତେବେ ଦୂର୍ଘଟଣା ଘଟାଇ କୋଇଲା ଟ୍ରକର ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଜବତ କରିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଲୋକ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ୪୯ ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ।
ଗୋଟିଏ ପରିବାରର ଏକାଥରେ ୩ ଜଣଙ୍କ ମୃତ୍ୟୁକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି । ତେବେ ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା କଥା ଦୂର୍ଘଟଣା ଘଟେଇଥିବା କୋଇଲା ବୋଝେଇ ଟ୍ରକଟି ରାୟଗଡା ଆଡୁ ଦ୍ରୃତ ଗତିରେ ଆସୁଥିବାରୁ ଭାରସ୍ୟାମ ହରାଇ ବାଇକକୁ ଧକ୍କା ଦେଇଥିଏା । ଗାଡି ଚାଳକ ବ୍ରେକ ମାରିବାକୁ ଚେଷ୍ଟା କଲେ ମଧ୍ୟ ଗାଡି ଅଟକି ନଥିଲା । ଉତ୍ୟେକ୍ତ ଲୋକଙ୍କୁ ପୋଲିସ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି ।