ଭୁବନେଶ୍ୱର(ଏଟିଆର ବ୍ୟୁରୋ):ମହାରାଷ୍ଟ ଓ କେରଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ତେଣୁ ଓଡିଶାରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ବଢିପାରେ ବୋଲି ଆଶଙ୍କା କରାଯାଉଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି ।
ଅନ୍ୟପଟେ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି ଓଡିଶାରେ ଯଦିଓ କରୋନା ଭୟାବହ ନାହିଁ ତେବେ ଏହାକୁ ଅଣଦେଖା କରି ହେବ ନାହିଁ । ବିଶେଷକରି ଅଙ୍ଗନବାଡି , ଶିକ୍ଷାନୁଷ୍ଠାନ ଗୁଡିକରେ ବିଶୋଧନ , ଥର୍ମାଲ ସ୍କିନିଂ , ହ୍ୟାଣ୍ଡୱାଶ ଓ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି ।
ସେହିପରି ସ୍କୁଲରେ ପାଠପଢା ବ୍ୟତୀତ ଅନ୍ୟ କୈାଣସି କାର୍ଯ୍ୟକ୍ରମ ହେବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷକ ଶିକ୍ଷୟତ୍ରୀ , ଛାତ୍ରଛାତ୍ରୀ ଓ କର୍ମଚାରୀମାନେ କ୍ୟାମ୍ପସରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ସ୍କୁଲ ବନ୍ଦ କିମ୍ବା ଲକଡାଉନ ସମ୍ପର୍କରେ ବିଶେଷ ପରିସ୍ଥିତି ଆସିଲେ ଚିନ୍ତା କରାଯିବ ।ଯେଉଁମାନେ କୋଭିଡ ନିୟମକୁ ପାଳନ କରିବେ ନାହିଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦିଆଯାଇଛି । ନିର୍ଦେଶାବଳୀ ଉଲ୍ଲଂଘନକୁ ଗୁରୁତ୍ୱର ସହ ନିଆଯିବ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି ।