ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ଚାରିଆଡେ ହକି ବିଶ୍ୱକପ୍ କୁ ନେଇ ଚର୍ଚ୍ଚା । ତତ୍ପର ହୋଇ ପଡିଛନ୍ତି ରାଜ୍ୟ ସରକାର । ଖାସ୍ କରି ଲୋକଙ୍କ ସୁବିଧା ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ଚାଲିଛି ଭିନ୍ନ ଭିନ୍ନ ପ୍ରକାରର ପ୍ରସ୍ତୁତି । କେଉଁଠି ଲାଇଟ୍ ଏବଂ ସାଉଣ୍ଡ ସୋ’ ତ ପୁଣି କେଉଁଠି କାନ୍ଥବାଡ଼ରେ ଚିତ୍ର । ଯାହା ଲୋକଙ୍କୁ ବେଶ ଆକୃଷ୍ଠ କରୁଛି । ସେପଟେ ଇଡକୋ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେବାକୁ ଯାଉଛି ଏକ ୧୬ ଦିନିକିଆ ମନୋରଞ୍ଜନ କାର୍ଯ୍ୟକ୍ରମ । ଯେଉଁଠି ଏକାସାଙ୍ଗରେ ବିଭିନ୍ନ ଦେଶର ଖାଦ୍ୟ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମର ନାଁ ରହିଛି ‘ଫେଷ୍ଟ ଭୁବନେଶ୍ୱର’ । ଡିସେମ୍ବର ୧ ରୁ ୧୬ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ବଲିଉଡର ଅନେକ କଣ୍ଠଶିଳ୍ପୀ ଏଥିରେ ଯୋଗଦେଇ ଦର୍ଶକଙ୍କୁ ଝୁମେଇବାର କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ସ୍ୱତନ୍ତ୍ର ଟିକେଟ୍ ବ୍ୟବସ୍ଥା କରାଯାଇଛି । ଆସନ୍ତୁ ଜାଣିବା ଏହି ଫେଷ୍ଟ୍ ପାଇଁ କେଉଁ ଦିନ ଟିକେଟ୍ ଦେଖାଇ ଗେଟ୍ ଭିତରକୁ ଏଣ୍ଟ୍ରି କରିବେ ତ ଆଉ କେଉଁ ଦିନ ମାଗଣାରେ । ଏହାସହିତ କେତେ ରହିଛି ଟିକେଟ୍ ଦର ଏବଂ କେଉଁ କେଉଁ ଦିନ ସ୍ପେଶାଲ କଳାକାର ମାନଙ୍କର କାର୍ଯ୍ୟକ୍ରମ ରହିଛି ।
ଏହି ମନୋରଞ୍ଜ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରତ୍ୟେକ ଦିନ ଟିକେଟ ବ୍ୟବସ୍ଥା କରାଯାଇ ନାହିଁ । କେବଳ ଡିସେମ୍ବର ୧,୩,୮,୯,୧୪ ଏବଂ ୧୬ରେ ଟିକେଟ୍ ଲାଗୁ କରାଯିବ । ବାକି ସମୟରେ ଆପଣ ମାଗଣା ଏହି ସୋ’ର ଫାଇଦା ଉଠାଇପାରିବେ । ତେବେ ତିନୋଟି ଶ୍ରେଶୀର ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ଟିକେଟ୍ ଦର ରହିଛି ।
୧: ଭିଭିଆଇପିଙ୍କ ପାଇଁ ଟିକେଟ୍ ଦର ରହିଛି ୭୫୦ ଟଙ୍କା । ଗୋଟେ ଟିକେଟରେ ଜଣେ ବ୍ୟକ୍ତି ଭିତରକୁ ପ୍ରବେଶ କରିପାରିବେ । ସେଥିପାଇଁ ତାଙ୍କୁ ଗେଟ୍ ନଂ ୩ରେ ଏଣ୍ଟ୍ରି କରିବାକୁ ପଡିବ । ସେମାନଙ୍କ ପାଇଁ ଡଲଫ୍ ଗଦିରେ ବସିବାର ବ୍ୟବସ୍ଥା କରାଯାଇଛି ।
୨: ଭିଆଇପିଙ୍କ ପାଇଁ ଟିକେଟ୍ ଦର ରହିଛି ୫୦୦ ଟଙ୍କା । ପ୍ରତି ଟିକେଟରେ ଜଣେ ଲୋକ ତିନି ନମ୍ବର ଗେଟ୍ ରେ ପ୍ରବେଶ କରିପାରିବେ । ସେମାନଙ୍କ ପାଇଁ ପ୍ଲାଷ୍ଟିକ୍ ଚେୟାର ସୁବିଧା ରହିଛି ।
୩: ସାଧାରଣ ଲୋକେ ଏକ ନମ୍ବର ଏବଂ ଦୁଇ ନମ୍ବର ଗେଟ୍ ରେ ଏଣ୍ଟ୍ରି କରିପାରିବେ । ସେଥିପାଇଁ ଟିକେଟ ବାବାଦକୁ ଦେବାକୁ ପଡିବ ମାତ୍ର ୨୫୦ ଟଙ୍କା । ତେବେ ଏଥିରେ ବସିବା ଲାଗି କୌଣସି ସୁବିଧା କରାଯାଇନାହିଁ ।
ଟିକେଟ:
ବିନା ଟିକେଟ୍..