ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):କରୋନାର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମ ଟିକା ନେଇଛନ୍ତି । ନିର୍ମଳା ଦିଲ୍ଲୀରେ ବସନ୍ତକୁଞ୍ଜସ୍ଥିତ ଫୋର୍ଟିସ ହସ୍ପିଟାଲରେ ଟିକାର ପ୍ରଥମ ଡୋଜ ନେଇଛନ୍ତି ।
ନିର୍ମଳାଙ୍କୁ ଟିକାଦାନ କରିଥିବା ଷ୍ଟିଟର ରାମୟା ପିସିସିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭାରତରେ ବାସକରୂଥିବା ନିର୍ମଳା ନିଜକୁ ଭାଗ୍ୟବତୀ ବୋଲି ମନେ କରୁଛନ୍ତି ବୋଲି ନିର୍ମଳା ଟ୍ୱିଟର ମାଧ୍ୟମରେ କହିଛନ୍ତି ।ମାର୍ଚ୍ଚ ୧ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି ।ଏଥିରେ ବୟସ୍କ ବ୍ୟକ୍ତି ତଥା ୬୦ ବର୍ଷରୁ ଉଦ୍ଦ୍ୱବା ୪୫ ବର୍ଷରୁ୫୯ ବର୍ଷ ତଥା ବହୁବିଧ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କୁ ଏହି ଟିକା ପ୍ରଦାନ କରାଯିବ ।