ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଏଣିକି ବସ୍ ରେ ଆଉ ମହିଳାଙ୍କ ସିଟ୍ ରେ ବସି ପାରିବେନି ପୁରୁଷ । ଜାରିହେଲା କଟକଣା । ଯଦି କୌଣସି ପୁରୁଷ ବସ୍ ରେ ମହିଳାଙ୍କ ଉଦ୍ଦିଷ୍ଟ ସିଟ୍ ରେ ବସିପଡିଥିବେ ତେବେ ତାଙ୍କୁ ଜରିମାନା ଦେବାକୁ ପଡିବ । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ନିଷ୍ପତି ନିଆଯାଇଛି ।
ଅଧିକାଂଶ ସମୟରେ ମହିଳାମାନେ ବସ୍ ରେ ଯାତ୍ରା କଲା ବେଳେ ଅସଦାଚରଣର ଶିକାର ହୋଇଥାନ୍ତି । ଏସବୁ ଦୃଷ୍ଟିରେ ରଖି ମହିଳାଙ୍କ ସୁରକ୍ଷା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଗତକାଲି କମିଶନରେଟ ପୋଲିସ ପକ୍ଷରୁ କିଛି ବସ୍ ମାଲିକ ସଂଘକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ନିଷ୍ପତି ଅନୁଯାୟୀ ମହିଳାଙ୍କ ଉଦ୍ଦିଷ୍ଟ ସିଟ୍ ରେ ଆଉ ପୁରୁଷ ବସି ପାରିବେ ନାହିଁ । ଏହାସହିତ ବସ୍ ରେ ମହିଳାଙ୍କ ପାଇଁ ଏକ ନମ୍ବର ରହିବ । ଯଦି କୌଣସି ମହିଳା ବସ୍ ରେ ଅସୁରକ୍ଷିତ ମନେକରନ୍ତି ତେବେ ସେ ଏମରଜେନ୍ସି ନଂ ରେ ଫୋନ୍ କରିପାରିବେ ।