ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ରାଜଧାନୀ ଦିଲ୍ଲୀରେ ସଫଦରଗଞ୍ଜ ହସ୍ୱିଟାଲରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ସର୍ଟ ସକିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବାର ଜଣାପଡିଛି । ସିଷ୍ଟର ଚେଜିଂ ରୁମରେ ଅପରାହ୍ନ ୧ ଟା ୧୮ ରେ ନିଆଁ ଲାଗିଥିଲା । କର୍ମଚାରୀ ଓ ପୁଲିସ କର୍ମଚାରୀ ତୁରନ୍ତ ନିଆଁକୁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ ।
ଅଗ୍ନିକାଣ୍ଡ ରେ ଏ ପର୍ଯ୍ୟନ୍ତ କାହାର କୈାଣସି ମୃତାହତ ହୋଇ ନାହିଁ ବୋଲି ସୂଚନା ମିଳି ନାହିଁ । ସିଷ୍ଟର ଚେଜିଂ ରୁମରେ ସାନିଟାଇଜର ରଖାଯାଇଥିବାରୁ ନିଆଁ ତୀବ୍ର ହୋଇଯାଇଥିଲା। ଅନ୍ୟ ୱାର୍ଡକୁ ନିଆଁ ବ୍ୟାପୀ କିଛି ବଡ଼ ଅଘଟଣ ଘଟିବା ପୂର୍ବରୁ ନିଆଁକୁ ଆୟତ୍ତ କରାଯାଇଥିଲା।