ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବର୍ତ୍ତମାନ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ପାଇଁ ଆଉ ନିର୍ଦ୍ଦେଶାଳୟକୁ ଯିବାକୁ ପଡିବ ନାହିଁ । ତେବେ ବିଭାଗୀୟ କ୍ଷେତ୍ରୀୟ କର୍ମଚାରୀ ମାନେ ଦେଇପାରିବେ ନିରାପତ୍ତା ପ୍ରମାଣ ପତ୍ର । ଏଣିକି ବଡ ବଡ ବାସ ଗୃହ ଓ କୋଠା ପାଇଁ ଆଉ ଅଗ୍ନି ସୁରକ୍ଷା ପ୍ରମାଣ ପତ୍ର ପାଇଁ ଅଗ୍ନିସେବା ନିର୍ଦ୍ଦେଶାଳୟକୁ ଯିବାକୁ ପଡିବନି । ଅଗ୍ନି ସୁରକ୍ଷା କ୍ଷେତ୍ରରେ ପ୍ରମାଣ ପତ୍ର ପ୍ରଦାନ ଏବେ ଅଧିକାର କ୍ଷେତ୍ରୀୟ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଘୋଷଣା କରାଯାଇଛି ।
ତେବେ ଏହି ନିଷ୍ପତି ଦ୍ୱାରା ଦୈନନ୍ଦିନ ଚଳଣି ଓ ବ୍ୟବସାୟ କ୍ଷେତ୍ରରେ ସରଳତା ଆସିବ ବୋଲି ଆଶା କରାଯାଉଛି । ଏହି ନିୟମ ଅନୁଯାଇ କ୍ଷେତ୍ରୀୟ କର୍ମଚାରୀ ମାନେ ଆବଶ୍ୟକ ପ୍ରକ୍ରିୟା ଅନୁସରଣ ଓ ଆବେଦନ ଗ୍ରହଣ କରିବାର ୧୮ ଦିନ ଭିତରେ ପ୍ରମାଣ ପତ୍ର ପ୍ରଦାନ କରିବେ । ଏହି ପ୍ରମାଣ ପତ୍ର ଆବାସିକା କୋଠାବାଡି କ୍ଷେତ୍ରରେ ୫ ବର୍ଷ ବଳବତ୍ତର ରହିବ । ଏହା ସହିତ ରାଜ୍ୟ ସରକାର ଆଉ ଏକ ନିଷ୍ପତି ମଧ୍ୟ ନେଇଛନ୍ତି । ଯେଉଁ ଥିରେ ଆସନ୍ତା ୨୦୨୦ ଏପ୍ରିଲ ସୁଦ୍ଧା ଅଗ୍ନିପରୀକ୍ଷା ଅୁମୋଦନ ଓ ପ୍ରମାଣ ପତ୍ର ପ୍ରଦାନର ସଂପୂର୍ଣ୍ଣ ବ୍ୟବସ୍ଥା ଅନଲାଇନ ଜରିଆରେ କରାଯିବ ।