ମାଲକାନଗିରି(ଏଟିଆର ବ୍ୟୁରୋ): ସ୍ୱାଭିମାନ ଅଞ୍ଚଳକୁ ଯାନ ବାହାନ ଚଳା ଚଳକରିବା ପାଇଁ ରାଜ୍ୟ ସରକାର ସବୁ ବେଳେ ପ୍ରୟାସ କରିଥାନ୍ତି । ହେଲେ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ସରକାର ଏଠାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ମାଓ ଦମନ ଲାଗି ମାଳକାନଗିରିରେ ସୀମା ସୁରକ୍ଷା ବଳ ନିୟୋଜିତ ହେବା ପରେ ସେଠାରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ତେବେ ମାଲକାନଗିରିରୁ ଜୋଡାଆମ୍ବକୁ ଗଡିଛି ପ୍ରଥମ ସରକାରୀ ବସ । ଏହାକୁ ଉଦଘାଟନ କରିଛନ୍ତି ଚିତ୍ରକୋଣ୍ଡାର ବିଧାୟକ ପୂର୍ଣ୍ଣଚନ୍ଦ୍ର ବକ୍କା । ଏହି ସମୟରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ । ଏହି ବସ ଯୋଗେ ଲୋକେ ମାଲକାନଗିରିରୁ ଯୋଡାମ୍ବକୁ ଯାତ୍ରା କରି ପାରିବେ।
BSF bring smiles to thousands of inhabitants of Swabhiman Anchal as the first ever Govt. Bus services kick starts from Malkangiri to Jodambo on 10th July 2020.@BSF_India@PIBBhubaneswar @DDNational@dm_malkangiri @SecyChief @DGPOdisha@PIBHomeAffairs @IPR_Odisha@CMO_Odisha pic.twitter.com/UETj5E3xNk
— BSF_ODISHA (@BSFODISHA) July 11, 2020
ସକାଳ ୯ଟାରେ ମାଲକାନଗିରିରୁ ବାହାରି ଜୋଡାଆମ୍ବ ଅଭିମୁଖେ ଯିବ ବସ । ଏହା ପରେ ସନ୍ଧ୍ୟା ୬ଟା ସମୟରେ ଜୋଡାଆମ୍ବରୁ ମାଲକାନଗିରିକୁ ଫେରିବ । ଏନେଇ ଟୁଇଟ କରି ସୂଚନା ଦେଇଛି ସୀମା ସୁରକ୍ଷା ବଳ । ସୂଚନାଯୋଗ୍ୟ ୨୦୧୦ମସିହାରେ ବିଏସଏଫ୍ ନିୟୋଜନ ପରଠାରୁ ଏହି ଅଞ୍ଚଳରେ ବିଏସଏଫ୍ ଏବଂ ରାଜ୍ୟ ପୁଲିସ ମିଳିତ ଭାବରେ ମାଓ ଦମନ ଆରମ୍ଭ କରିଥିଲା । ଧୀରେ ଧୀରେ ଏବେ ମାଓବାଦୀଙ୍କ ଉପଦ୍ରବ ଏହି ଅଂଚଳରେ କମ ହୋଇଥିବା ବେଳେ ରାଜ୍ୟ ସରକାର ଅନେକ ବିକାଶମୂଳକ କାମ ଆରମ୍ଭ କରିଛନ୍ତି । ୨୦୧୮ରେ ଗୁରୁପ୍ରିୟା ବ୍ରିଜ୍ ନିର୍ମାଣ ହେବା ପର୍ୟ୍ୟନ୍ତ ସ୍ୱାଭିମାନ ଅଞ୍ଚଳର ଆନୁମାନିକ ୨୦,୦୦୦ ଅଧିବାସୀ ମାଲକାନଗିରି ଠାରୁ ଅଲଗା ରହିଥିଲେ । ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ଏବେ ସେଠାରେ ବିକାଶ ମୂଳକ କାର୍ଯ୍ୟ କରାଯାଉଛି ।