ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରଥମ ଥର ପାଇଁ ଓଡିଶରେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ସେ ଜଣେ ୭୨ ବର୍ଷିୟ ବୃଦ୍ଧ । ଏହି ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏବେ ତାଙ୍କ ମୃତ୍ୟୁ ଘଟିଛି । ସେ ଗତ ଏପ୍ରିଲ ୪ ତାରିଖରେ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ତାଙ୍କର ମୃତ ଘଟିଛି । ଏନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପକ୍ଷରୁ ସୂଚନା ମିଳିଛି ।
One 72 years male belonging to Jharpada had been admitted to AIIMS Bhubaneswar on 4th April with complaint of respiratory distress. He had history of chronic hypertension. He expired on 6th April. He was tested positive for COVID-19.
Contact tracing and containment is ongoing.— H & FW Dept Odisha (@HFWOdisha) April 7, 2020
ରାଜ୍ୟରେ ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁ ଘଟଣା ପ୍ରକାଶ ପାଇବା ପରେ ଏକ ପ୍ରକାରର ଆତଙ୍କ ଖେଳିଯାଇଛି । ମୃତ ହୋଇଥିବା ଏହି ବ୍ୟକ୍ତିଙ୍କ ଘର ଭୁବନେଶ୍ୱର ଝାରପଡାର । ତାଙ୍କର ଅନେକ ରୋଗ ମଧ୍ୟ ଥିଲା । ମାତ୍ର କରୋନା ପଜିଟିଭି ନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲା । ହୁଏତ ପରବର୍ତ୍ତି ମୁହୂର୍ତ୍ତରେ ତାଙ୍କର କରୋନା ପଜିଟିଭ ବାହାରିଥାଇ ପାରେ ବୋଲି ଅନୁମାନ କରାଯାଉଛି ।