କରଞ୍ଜିଆ ( ଏଟିଆର ବ୍ୟୁରୋ): ଆଇନ ଯେତେ କଠୋର ହେଲେ ବି ଏହାର କିଛି ପ୍ରଭାବ ପଡୁ ନାହିଁ କିଛି ଅମାନବୀୟ ମଣିଷଙ୍କ ଉପରେ । କାମନାର ବାସନାରେ ସେମାନେ ଏମିତି ଅତିଷ୍ଠ ହୋଇ ପଡୁଛନ୍ତି ତାକୁ ଚରିତାର୍ଥ କରିବା ପାଇଁ ଘୂଣ୍ୟ କାର୍ଯ୍ୟ କରିବାକୁ ମଧ୍ୟ ପଛାଉ ନାହାନ୍ତି । ସେମିତି ପୁଣି ଏକ ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା କରଞ୍ଜିଆ ବଳା ଗ୍ରାମରେ ।
ଏହି ଗ୍ରାମର ଜଣେ ଯୁବକ ପାଖ ପଡୋଶୀଙ୍କର ୫ ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ନାବଳିକାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରା କରୁଛନ୍ତି ।