ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭୁବନେଶ୍ୱରରୁ ସୁରଟକୁ ଆଜିଠାରୁ ଆରମ୍ଭ ହୋଇଛି ବିମାନ ସେବା । ପ୍ରଥମ ଥର ଆଜି ସକାଳ ୮ ଟା ୪୦ ରୁ ଏୟାର ଇଣ୍ଡିଆ ବିମାନ ଯାତ୍ରୀଙ୍କୁ ନେଇ ସୁରଟ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଏହି ବିମାନରେ ୧୮୦ ଜଣ ବିମାନ ଯାତ୍ରୀ ଥିବା ଜଣାପଡିଛି । ଜାନୁଆରୀ ୨୦ରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ସୁରଟ ଅଭିମୁଖେ ବିମାନ ସେବା ଆରମ୍ଭ ହେବ ବୋଲି ପୂର୍ବରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସୂଚନା ଦେଇଥିଲେ ।
ଏହି ବିମାନ ସେବା ଅନୁଯାୟୀ ସୋମବାର ଏବଂ ଗୁରୁବାର ଭୁବନେଶ୍ୱରରୁ ସୁରତକୁ ଯିବ ବିମାନ । ସେହିଭଳି ଶୁକ୍ରବାର ଏବଂ ରବିବାର ସୁରତରୁ ଭୁବନେଶ୍ୱରକୁ ବିମାନ ଉଡିବ ।
ଭୁବନେଶ୍ୱରରୁ ସୁରଟକୁ ପ୍ରଥମ ଥର ପାଇଁ ଉଡାଣ ଭରିଥିବା ବିମାନରେ ଯାତ୍ରୀ ଯାତ୍ରା କରି ଖୁବ୍ ଖୁସୀ ପ୍ରକଟ କରିଛନ୍ତି । ନିର୍ଦ୍ଧାରିତ ହୋଇଥିବା ବାର ଏବଂ ସମୟ ଅନୁଯାୟୀ ଏହି ବିମାନ ଭୁବନେଶ୍ୱରରୁ ସକାଳ ୮ ଟା ୪୦ ରେ ବାହାରି ୧୦.୪୦ ରେ ପହଁଚିବ । ପୁଣି ସୁରତରୁ ସକାଳ ୮ ଟା ୪୦ରେ ଉଡାଣ ଭରି ୧୦ ଟା ୪୦ ରେ ପହଁଚିବ ।
ଅପରପେକ୍ଷ ଭୁବନେଶ୍ୱରରୁ ସୁରଟ ବିମାନ ସେବା ପରେ , ଫେବୃଆରୀ ୨୯ ରୁ ଭୁବନେଶ୍ୱରରୁ ବାରଣାସୀକୁ ବିମାନ ସେବା ଆରମ୍ଭ ହେବ ବୋଲି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ବରୁଡ ଭେଙ୍କଟେଶ୍ୱର ରାଓ ସୂଚନା ଦେଇଛନ୍ତି ।