ଝାରସୁଗୁଡା(ଏଟିଆର ବ୍ୟୁରୋ): ଆସନ୍ତା ୨୫ ତାରିଖରୁ ଝାରସୁଗୁଡା ବୀର ସୁରନ୍ଦ୍ର ସାଏ ବିମାନ ବନ୍ଦରରୁ ଆରମ୍ଭ ହେବ ବିମାନ ସେବା । ୨୫ ତାରିଖରୁ ଘରୋଇ ବିମାନ ସେବା ଆରମ୍ଭ ହେବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ପୂବ ର୍ରୁ ସୂଚନା ଦେଇଥିଲେ । ଏହାକୁ ନେଇ ମନ୍ତ୍ରଣାଳୟ ପକ୍ଷରୁ ଏକ ଏସଓପି ଜାରି କରାଯାଇଥିଲା । ଏହି ଏସଓପିକୁ ଆଧାର କରି ଝାରସୁଗୁଡା ଜିଲ୍ଲାପାଳ , ଏସପି ଓ ବିମାନ କର୍ତ୍ତୃପକ୍ଷ ମଧ୍ୟରେ ଗତକାଲି ଆଲୋଚନା କରାଯାଇଥିଲା । ଏହି ଆଲୋଚନା ପରେ ଜିଲ୍ଲାପାଳ ଓ ଏସପି ବିମାନ ବନ୍ଦର ଯାଇ ବୁଲି ଦେଖିବା ସହ ତଦନ୍ତ କରିଥିଲେ ।
ଏହା ସହ ଯାତ୍ରାୀ ମାନଙ୍କର ସ୍କ୍ରିନିଂ କରିବା ପାଇଁ ଗୋଟିଏ କାଉଣ୍ଟର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ମାନେ ବିମାନ ଯାତ୍ରା କରିବେ ସେମାନଙ୍କ ପାଇଁ ରୋଜିଷ୍ଟ୍ରେସନକୁ ବାଧ୍ୟତମୂଳକ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ କରୋନା ମହାମାରୀ ପାଇଁ ସାରା ଦେଶରେ ପ୍ରାୟ ଦୁଇ ମାସ ହେବ ବିମାନ ଚଳାଚଳ ବନ୍ଦ ହୋଇ ରହିଛି । ଏବେ ସ୍ଥିତି ସୁଧୁରିବାରୁ ଆସନ୍ତା ୨୫ ତାରିଖରୁ ଘରୋଇ ବିମାନ ଚଳାଚଳ କରିବା ପାଇଁ ନିଷ୍ପତି ନିଆଯାଇଛି । ବହୁ ଦିନ ପରେ ବିମାନ ଚଳା ଚଳ ଆରମ୍ଭ ହେଉଥିବାରୁ ଉଭୟ ପ୍ରଶାସନ ଓ ବିମାନପ କତ୍ତଅର୍ପକ୍ଷ ଚଳଚଞ୍ଚଳ ହୋଇପଡିଛନ୍ତି ।