ଭୁବନେଶ୍ୱର(ଏଟିଆର ବ୍ୟୁରୋ) : କାଲି ମଧ୍ୟାହ୍ନରୁ ଫ୍ଲିପକାର୍ଟ ପ୍ଲସ୍ ବ୍ୟବହାର କରୁଥିବା ଗ୍ରାହକ ମାନଙ୍କ ପାଇଁ ଆଣିଛି ବିଗ୍ ସେଭିଙ୍ଗ ଡେଜ୍ । ନିୟମିତ ଫ୍ଲିପକାର୍ଟ ବ୍ୟବହାର କରୁଥିବା ଗ୍ରାହକ ମାନଙ୍କ ପାଇଁ ଏହି ସେଲ କାଲି ରାତି ୧୨ଟାରୁ ଆରମ୍ଭ ହୋଇସାରିଛି । ଏହି ସେଲ୍ ମଙ୍ଗଳବାର, ୨୨ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଏହା ଦ୍ୱାରା ଗ୍ରାହକ ମାନଙ୍କୁ ସ୍ମାର୍ଟ ମୋବାଇଲ୍ ଫୋନ ଉପରେ ଭଲ ରିହାତି ଉପଲବ୍ଧ ହେବ ।
ଏହା ବ୍ୟତୀତ ଏକ୍ସଚେଞ୍ଜ୍ ବୋନସ୍ ,ବ୍ୟାଙ୍କ ରିହାତି ଏବଂ ନୋ କଷ୍ଟ ଇଏମ୍ଆଇ ଦ୍ୱାରା ଆପଣଙ୍କ ସପିଙ୍ଗ କୁ ଆକର୍ଷଣୀୟ କରେଇବାର ପ୍ରୟାସ ହୋଇଛି । ଫ୍ଲିପକାର୍ଟ ବିଗ୍ ସପିଙ୍ଗ ରେ Apple Iphone XR, Realme 6 , Samsung Galaxy F41 ଉପରେ ଭଲ ରିହାତି ଉପଲବ୍ଧ କରାଯାଇଛି ।ସେଲରେSBI କ୍ରେଡିଟ୍ ଓ ଡେବିଟ୍ କାର୍ଡ ଉପରେ ୧୦% ରିହାତି ମଧ୍ୟ ମିଳିବ ।
ଫ୍ଲିପକାର୍ଟ ଦ୍ୱାରା ହୋଇଥିବା ଏହି ଅଫର ଅନୁସାରେ Samsung Galaxy F41ର ୬ ଜିବି + ୧୨୮ ଜିବି ଷ୍ଟୋରେଜ ମୋବାଇଲର ଦାମ୍ ୧୫,୪୯୯ ପର୍ଯ୍ୟନ୍ତ ହୋଇଯାଇଛି । ଏହା ଛଡା ଏକ୍ସଚେଞ୍ଜ ଅଫରରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ । Apple Iphone XR ଫୋନଟି ୩୮,୯୯୯ ଟଙ୍କା କିଣା ଦାମରେ ଉପଲବ୍ଧ ରହିବ । ଏବଂ ଏହା ସହିତ ୬,୫୦୦ ପ୍ରତି ମାସର ଆରମ୍ଭରେ ଇଏମଆଇ ଦବାର ବିକଳ୍ପ ଅଛି । ଏହି ପ୍ରିମିୟମରେ ୬୪ ଜିବିର ମୋବାଇଲ୍ ଫୋନର ଦାମ ୪୪,୯୦୦ ଟଙ୍କା ଥିବାବେଳେ ୧୨୮ ଜିବିର ମୋବାଇଲ୍ ଫୋନର ଦାମ ୪୯,୯୦୦ ଟଙ୍କା ଅଟେ ।
OPPO RENO 2Fର ୬ ଜିବି + ୨୫୬ ଜିବି ଷ୍ଟୋରେଜ ମୋବାଇଲ୍ ଫୋନର ଦାମ କମି ୧୫,୯୯୦ ହବ ଯେଉଠିଁ OPPO F15ର ୪ଜିବି + ୧୨୮ ଜିବି ଷ୍ଟୋରେଜ ମୋବାଇଲ୍ ଫୋନର ଦାମ କମି ୧୪,୯୯୦ ହେବ ।Iphone SE ର ୬୪ ଜିବି ଷ୍ଟୋରେଜ ମୋବାଇଲ୍ ଫୋନର ଦାମ ୩୫,୯୦୦ ଅଟେ କିନ୍ତୁ ଏହା କମି ଏବେ ୩୨,୯୯୯ ଟଙ୍କା ହୋଇଯାଇଛି ।
କାଲି ମଧ୍ୟାହ୍ନ ୧୨ଟାରୁ କେବଳ ଫ୍ଲିପକାର୍ଟ ପ୍ଲସ୍ ବ୍ୟବହାର କରୁଥିବା ଲୋକ ଏହାର ଫାଇଦା ଉଠାଇ ପାରୁଥିବା ବେଳେ ନିୟମିତ ଗ୍ରାହକ ମାନେ ଏହାର ଫାଇଦା କାଲି ରାତି ୧୨ ରୁ ଉଠାଉଛନ୍ତି । ଏହି ସେଲ୍ ମଙ୍ଗଳବାର, ୨୨ ଡିସେମ୍ବର ଦିନ ସରିବ ।