ଗଞ୍ଜାମ (ଏଟିଆର ବ୍ୟୁରୋ):ଚାରିଆଡେ ଏବେ ତିତଲିର ପ୍ରଭାବ । ବାତ୍ୟା ଟଳିଗଲା ସତ କିନ୍ତୁ ବର୍ଷାର ପ୍ରକୋପ ଏପର୍ଯ୍ୟନ୍ତ ଜାରି ରହିଛି । ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ହେବାରେ ଲାଗିଛି । ଯେଉଁଥି ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେହିପରି ଗଞ୍ଜାମ ଆନିକଟ ଉପରେ ଥିବା ସେତୁ ଭାଙ୍ଗି ଯାଇଛି ।
ବାହୁଦା ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ସେତୁ ଭାଙ୍ଗି ଯାଇଛି । ୨୦୧୦ ରେ ଉଦଘାଟନ ହୋଇଥିବା ଏହି ସେତୁ ଅନେକ ଲୋକଙ୍କର ସାହା ଭରଷା ଥିଲା । ଆଜି ଏହା ଭାଙ୍ଗିଯିବା ପରେ ୧୫ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ।