ମାଲାକାନଗିରି (ଏଟିଆର ବ୍ୟୁରୋ): ଏ ବର୍ଷ ରାଜ୍ୟରେ ବର୍ଷାର ପରିମାଣର କମ ରହିଛି । ଅନ୍ୟପଟେ ରାକ୍ଷୀ ପୂର୍ଣ୍ଣମାଠାରୁ ରାଜ୍ୟରେ ହୋଇଥିବା ବର୍ଷା ଯେପରି ସମୁଦ୍ରକୁ ଶଙ୍ଖେ ପରି ପରିଣତ ହୋଇଛି । ସେପଟେ ଲଘୁଚାପର ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ କମ ରହିଛି । ତେବେ ଲଗାଣ ବର୍ଷା କରାଣରୁ ମାଲକାନଗିରି ଜିଲ୍ଲା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
ବର୍ଷା କରାଣରୁ ବିଭିନ୍ନ ସ୍ଥାନରେ ପୋଲ ଉପରେ ପାଣି ଚାଲୁଥିବାରୁ ଦେଖିବାକୁ ମିଳୁଥିବା ବେଳେ ଅନେକ ଗାଁ ଜଳମଗ୍ନ ହୋଇଛନ୍ତି । ଏହାସହ ନଦୀରେ ଜଳସ୍ତର ବଢିବା କାରଣରୁ ପୋଟେରୁ, କାଙ୍କରକୋଣ୍ଡା, ଏମଭି୯୦ ନିକଟରେ ଥିବା ପୋଲ ଉପରେ ୪ଫୁଟ ଉଚ୍ଚତାର ପାଣି ଭାସିବା ଫଳରେ ଯାତାୟତ ବାଧାପ୍ରାପ୍ତ ବନ୍ଦ ହୋଇଯାଇଛି । ସମସ୍ତ ପରିସ୍ଥିତି ଉପରେ ପ୍ରଶାସନ ନିଜର ଦୃଷ୍ଟି ରଖିବା ସମସ୍ତ ଅଧିକାରୀ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ।