ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରେଳ ଷ୍ଟେସନରୁ ଉଦ୍ଧାର ହେଲା ବିରଳ ସାପ । ରେଳ ଷ୍ଟେସନରେ କରା ଯାଉଥିଲା ସାପ ଖେଳ । ମାଡି ବସିଲା ପୋଲିସ । ବନ ବିଭାଗ ଅଧିକାରୀ ଓ ସ୍ନେକ ହେଲପ ଲାଇନ ସଦସ୍ୟ ସାପଟିକୁ କଲେ ଉଦ୍ଧାର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ରେଳ ଷ୍ଟେସନରେ । ସୂଚନା ଅନୁସାରେ ଆଜି ଭୁବନେଶ୍ୱର ରେଳ ଷ୍ଟେସନରେ ଜଣେ ବଙ୍ଗଳା ଯୁବକ ଗୋଟେ ବିରଳ ଉଡନ୍ତା ସାପ ଆଣି ଭୁବନେଶ୍ୱର ରେଳ ଷ୍ଟେସନରେ ଖେଳାଇ ଲୋକଙ୍କୁ ମନୋରଞ୍ଜନ କରାଇ ଟଙ୍କା କଲେକ୍ସନ କରୁଥିଲା ।
ମାତ୍ର ଏ ବିଷୟରେ ବନ ବିଭାଗ ଓ ସ୍ନେକ ହେଲପ ଲାଇନକୁ ବିଶେଷ ସୂତ୍ରରୁ ଖବର ମିଳିବା ପରେ ସେମାନେ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଛନ୍ତି । ସାପ ଖେଳାଉଥିବା ଯୁବକ ଜଣଙ୍କ ନାମ ରାଜୁ ମହନ୍ତ ବୋଲି ଜଣା ପଡିଛି । ଯୁବକକୁ ବନ ବିଭାଗ ପୋଲିସ ଅଟକ ରଖି ପଚରା ଉଚରା କରୁଛି । ତେବେ ସାପଟିକୁ ଯୁବକ ଜଣଙ୍କ କେଉଁଠୁ ଆଣିଥିଲା ତାହା ଏଯାବତ ଜଣା ପଡି ନାହିଁ ।
ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ବନ ବିଭାଗର କହିବା କଥା ଏହି ସାପ ସାଧାରଣତ ଭାରତ ବାହାରେ ଶ୍ରୀଲଙ୍କାରେ ଦେଖା ଯାଇଥାନ୍ତି । ଏହା ଭାରତରେ ଖୁବ କମ ରହିଥାନ୍ତି । ଉଦ୍ଧାର ହୋଇଥିବା ସାପଟିକୁ ଜଙ୍ଗଲରେ ଛଡା ଯିବ ବୋଲି ବନ ବିଭାଗ ସୂଚନା ଦେଇଛି ।