ପୁରୀ ( ଏଟିଆର ବ୍ୟୁରୋ): ବଙ୍ଗୋପ ସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ବର୍ତ୍ତମାନ ଓଡିଶା ମୁହାଁ ହୋଇଛି । ଯାହା ନେଇ ସାରା ଓଡିଶା ଏବେ ଆଶଙ୍କାରେ । କ’ଣ ରହିବ ବାତ୍ୟାର ପ୍ରଭାବ ତାକୁ ନେଇ ସମସ୍ତଙ୍କ ମନରେ ଭୟ । ଏ ଭିତରେ ଯାହାର ଆଉ ଏକ ଆଗୁଆ ପ୍ରଭାବ ଦେଖିବାକୁ ମିଳିଛି ଆଜି ସକାଳୁ ଶ୍ରୀ ମନ୍ଦିରର ପତିତପାବନ ବାନା ଉଡିଯାଇଛି । ଯାହାକୁ ନେଇ ଲୋକେ ଆତଙ୍କିତ ହୋଇଥିବା ଦେଖିବାକୁ ମିଳିଛି ।
ଏହା ଫନିର ଆଗୁଆ ପ୍ରଭାବ ବୋଲି ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ଆଗୁଆ ସୂଚନା ଅନୁସାରେ ଫନି ପୁରୀରେ ସ୍ଥଳ ଭାଗ ଛୁଇଁବା ଆଶଙ୍କା କରାଯାଇଛି । ବର୍ତ୍ତମାନ ଫନି ପୁରୀ ଠାରୁ ୫୧୦କିଲୋମିଟର ଦୂରରେ ରହିଥିବା ରାଡର ସୂଚନା ଦେଇଛି । ତେବେ ଏହିଭଳି ଏକ ସମୟରେ ଶ୍ରୀ ମନ୍ଦିରର ବାନା ଉଡିଯିବା ଓଡିଶା ପାଇଁ ଏହା ଏକ ବଡ ବିପଦ ବୋଲି ସାଧାରଣରେ ଆଲୋଚନା ହେଉଛି ।
ତେବେ ଏହା ଆଗରୁ ଅତୀତରେ ମଧ୍ୟ ପୁରୀ ଶ୍ରୀ ମନ୍ଦିରରେ ବାନା ଉଡିଯାଇଥିବା ଦେଖାଯାଇଛି । ଏହା ୩ ତାରିଖରେ ଓଡିଶା ଉପକୂଳ ଛୁଇଁବ ବୋଲି ପୂର୍ବାନୁ ମରାଯାଇଛି । ଏନେଇ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ପୁରୀ ଛାଡିବାକୁ ପରାମର୍ଶ ଦିଆଯାଇଛି । ସେହଭଳି ପର୍ଯ୍ୟଟକ କିଭଳି ଯିବାରେ ଅସୁବିଧା ନ ହେବ ସେଥିଲାଗି ସ୍ୱତନ୍ତ୍ର ବସ ଓ ଟ୍ରେନ ପୁରୀକୁ ଚଳାଚଳ କରୁଛି ।