ପ୍ରଳୟ ବାନାମ ପଲିଟିକ୍ସ
ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗତ ୩ ତାରିଖରେ ହୋଇଥିବା ବାତ୍ୟା ଫୋନିରେ ଓଡିଶାର ଏକ ପ୍ରକାର ମେରୁଦଣ୍ଡ ଭାଙ୍ଗିଯାଇଛି । ରାଜଧାନୀ ଭୁବନେଶ୍ୱର ଓ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ବ୍ୟାପକ କ୍ଷତି ହୋଇଥିବା ହେତୁ ଅଣ୍ଟା ସଳଖିବା ସମୟ ସାପେକ୍ଷ । ଏ ଭିତରେ କିନ୍ତୁ ରାଜନୀତିରେ କିଛି ପ୍ରଭାବ ପଡିନି । ମାଇଲେଜ ନବା ପାଇଁ ପରସ୍ପର ପରସ୍ପରକୁ କରି ଚାଲିଛନ୍ତି ସମାଲୋଚନା । ବାତ୍ୟା ଫୋନିର ପୂର୍ବ ପ୍ରସ୍ତୁତି ଓ ଉଚିତ ମୁକାବିଲା ନେଇ ସାରା ବିଶ୍ୱ ସରକାରଙ୍କୁ ପ୍ରଶଂସା କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନବୀନଙ୍କୁ ପ୍ରଶଂସା କରିଥିଲେ ।
ଏସବୁକୁ କିନ୍ତୁ ହଜମ କରି ପାରିନାହାନ୍ତି ରାଜ୍ୟର କେତେକ ବିରୋଧୀ ନେତା ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ଟ୍ୱିଟ କରି ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ଲେଖିଥିଲେ ଜିରୋ କାଜୁଆଲିଟିର ଅର୍ଥ ୫୦ ଜଣଙ୍କ ପ୍ରାଣହାନୀ । ଓଡିଶାକୁ ଜାତିସଂଘର ପ୍ରସଂଶା କରିବା ମାନେ ପାଣି ନମିଳିବା । ଅମୁଲ ଓଡିଶାକୁୂ ପ୍ରଶଂସା କରିବା ଅର୍ଥ ବିଦ୍ୟୁତ ଯୋଗାଣ ବିଛିନ୍ନ ବୋଲି ରାଜ୍ୟସରକାରଙ୍କୁ ସମାଲୋଚନା କରି ଏମିତି ଲେଖିଥିଲେ ଲେଖାଶ୍ରୀ । ସେପଟେ କଂଗ୍ରେସ ମଧ୍ୟ ଏନେଇ ମୁହଁ ଖୋଲିଛି ।
ଫନି ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୧୬୦୦ ଟଙ୍କାର ପ୍ୟାକେଜ ଘୋଷଣା କରିବା ପରେ ତୁଣ୍ଡ ଖୋଲିଛନ୍ତି ପିସିସି ମୁଖ୍ୟ ନିରଞ୍ଚନ ପଟ୍ଟନାୟକ । ନିରଞନ କହିଛନ୍ତି ସରକାର ବାତ୍ୟା ମୁକାବିଲା କରିବା ପାଇଁ ଯେଉଁଭଳି ଭାବେ ବାହାସ୍ପଟ ମାରୁଥିଲେ ତାକୁ କାମରେ କରି ପାରି ନାହାନ୍ତି । ରାଜ୍ୟ ସରକାରଙ୍କ ଏହି ପ୍ୟାକେଜ କେବଳ ପବ୍ଲିସିଟି ପାଇଁ ବୋଲି କହିଛନ୍ତି ନିରଞ୍ଚନ । ତେବେ ଏଠି ଗୋଟେ କଥା ସତ ନିର୍ବାଚନ ବେଳେ ରାଜନୈତିକ ଦଳ ଠାରୁ ଆରମ୍ବ କରି ନେତା ମାନେ ଯେତେ ସକ୍ରିୟ ଥିଲେ ବିପର୍ଯ୍ୟୟ ବେଳେ ନେତାମାନେ ସେତିକି ସକ୍ରିୟ ଥିବା ଲାଗୁନାହିଁ ।
ତେବେ ସାଧାରଣରେ ଲୋକେ ଆଲୋଚନ କରୁଛନ୍ତି ବାତ୍ୟା ଫୋନିକୁ ନେଇ ରାଜନୀତି ନ କରି ଓଡିଶା କେମିତି ପୁଣି ପ୍ରଗତି ପଥରେ ଆଗେଇବ । ପ୍ରଭାବିତ ହୋଇଥିବା ଲୋକମାନେ କିଭଳି ଦୁର୍ଦ୍ଦିନ ସମୟରେ ଉପଯୁକ୍ତ ସହାୟତା ପାଇବେ ସେଥିନେଇ ସବୁ ରାଜନୈତିକ ଦଳ ମଳିତ ଭାବେ କାମ କଲେ ଭଲ ହୁଅନ୍ତା । ରାଜନୈତିକ ଲାଭଖୋର ମନବୃତ୍ତି ଛାଡି ରାଜନୀତି ଠାରୁ ଉର୍ଦ୍ଧକୁ ଯାଇ ପ୍ରଭାବିତଙ୍କୁ ସହଯୋଗ କଲେ ଶିଘ୍ର ସବୁ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି ।