ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ମୋ ସରକାରରେ ସାମିଲ ହେଲା ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ । ଲୋକସଭା ଭବନରେ ଏକ ସ୍ୱତନ୍ତ୍ର ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ବିଭାଗ ମୋ ସରକାରରେ ସାମିଲ ହୋଇଛି । ଏହି କାର୍ଯ୍ୟକ୍ରମରେ ଫାଇବ ଟି ସଚିବଙ୍କ ସମେତ ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ମୁଖ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ସରକାର ଏବେ ସାଧାରଣ ଜନତାଙ୍କ ପାଖରେ ସମସ୍ତ ସରକାରୀ ଯୋଜନା କିଭଳି ଠିକ ଭାବେ ପହଞ୍ଚିବ ।
ସେହିଭଳି ସରକାରୀ କାର୍ଯ୍ୟାଳୟରେ କିଭଳି ଠିଭାବେ ଲୋକମାନେ ସେବା ପାଇପାରିବେ ଏହାକୁ ଗୁରୁତ୍ୱ ଦେଇ ଏବେ ସରକାର ଏବେ ବିଭାଗକୁ ସରକାର ଏବେ ମୋ ସରରକାର ଯୋଜନାରେ ଅନ୍ତର୍ଭୁକ୍ତ କରୁଛନ୍ତି । ସମସ୍ତ ବିଭାଗରେ ସ୍ୱଚ୍ଛତା ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ପରାମର୍ଶ ଦେଉଛନ୍ତି ।