ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବଢୁଛି ରାଜ୍ୟ ମନ୍ତ୍ରୀ ମଣ୍ଡଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ବୃଦ୍ଧି ପାଇବାରେ ଲାଗିଛି ସେହିପରି ଭାବେ ରାଜ୍ୟ ମନ୍ତ୍ରୀମଣ୍ଡଳରେ କରୋନା ସିଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି । ପ୍ରାୟ ପ୍ରତ୍ୟେକ ଦିନ ମନ୍ତ୍ରୀ ମଣ୍ଡଳରୁ କରୋନା ସିଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି । ଗତକାଲି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ତଥା ଆଠକଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କରୋନା ରୋଗରେ ସଂକ୍ରମିତ ହୋଇଛନ୍ତି ।
I have been tested positive for #COVID19. Although I don't have any symptoms I am at home isolation as advised by my doctor. I have requested all my staff and each one who came in contact to get them tested as soon as possible.@CMO_Odisha @IPR_Odisha
— Ranendra Pratap Swain (@rajaaswain) September 11, 2020
ସେ ନିଜେ ଏନେଇ ସୋସିଆଲ ମିଡିଆ ମାଧ୍ୟମରେ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ ନିଜ ଟ୍ୱିଟରେ କରୋନାରେ ସଂକ୍ରମିତ ଥିବା କଥା କହିବା ସହ ହୋମ କ୍ୱାଣ୍ଟାଇନରେ ଥିବା କଥା କହିଛନ୍ତି । ଏହା ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀ ଓ ବ୍ୟକ୍ତି ବିଶେଷ ନିଜର ଟେଷ୍ଟ କରାଇବାକୁ ସେ ଅନୁରୋଧ କରିଛନ୍ତି । ଏହା ପୂର୍ବରୁ ୪ ଜଣ ମନ୍ତ୍ରୀ କରୋନା ସଂକ୍ରମିତ ହୋଇଥିବା ବେଳେ ୧୮ ଜଣ ବିଧାୟକ ଏବଂ ୩ ଜଣ ସାଂସଦ ମଧ୍ୟ କରୋନା ସଂକ୍ରମିତ ହୋଇସାରିଛନ୍ତି।