ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ମହାମାରୀ ପାଇଁ ସାରା ବିଶ୍ୱର ଅର୍ଥନୀତି ଏବେ ମାନ୍ଦାଅବସ୍ଥା ଦେଇ ଗତି କରୁଛି । ଏହାଫଳରେ ଲୋକମାନଙ୍କ ରୋଜଗାର ଉପରେ ବେଶ ପ୍ରଭାବ ପକାଉଛି ।ଛୋଟ କମ୍ପାନୀମାନେ କର୍ମଚାରୀଙ୍କ ଚାକିରି ଛଟେଇ କରିଦେଉଥିବା ବେଳେ ବଡ କମ୍ପାନୀମାନେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବାରେ ଲାଗିଛନ୍ତି ।
ଏପରିସ୍ଥଳେ ଏକ ଆଶ୍ଛର୍ଯ୍ୟଜନକ କଥା ଶୁଣିବାକୁ ମିଳୁଛି, ପାକିସ୍ତାନରେ ସାଧାରଣ ଲୋକଙ୍କ ପାଇଁ ଅମଲେଟ ଖାଇବା ପୂର୍ବରୁ ନିଜ ବଜେଟ ଉପରେ ନଜର କରୁଛନ୍ତି ।କାରଣ ଜିଛିଦିନ ହେବ ପାକିସ୍ତାନରେ ଅଣ୍ଡାର ଦର ହୁ ହୁ ହୋଇ ବଢିଚାଲିଛି । ପାକିସ୍ତାନରେ ଗୋଟେ ଡର୍ଜନ ଅଣ୍ଡା ପାଇଁ ୩୫୦ ଟଙ୍କା ଦେବାକୁ ପଡୁଛି । ଅର୍ଥାତ ଗୋଟେ ଅଣ୍ଡାର ମୂଲ୍ୟ ୩୦ ଟଙ୍କା ।
ସେହିପରି ରାୱଲପିଣ୍ଡିରେ ଅଦା କିଲୋପ୍ରତି ୧୦୦୦ ଟଙ୍କାରେ ପହଞ୍ଚିଛି । ଗ୍ୟାସର ଦାମ ବଢିବାରୁ ଲୋକମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ ଗହମ ଓ ଡାଲି ର କିଲୋ ପିଛା ୬୦ ଟଙ୍କାରେ ପହଞ୍ଚି ସାରିଛି ।
ଗୋଟେ ପଟେ କରୋନା ମହାମାରୀ ଓ ଅନ୍ୟପଟେ ଦେଶର ରାଜନୈତିକ ଅସ୍ଥିରତା ଯୋଗୁଁ ଏଭଳି ସ୍ଥିତି ଦେଖା ଦେଇଥିବା ଅର୍ଥନୈତିକ ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।