ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୈନିକ ଦିନ ଜୀବନ ଶୈଳୀରେ ବ୍ୟବହାର କରୁଥିବା ସାମଗ୍ରୀର ଯେଉଁ ଭଳି ଭାବେ ଦରଦାମ ବୃଦ୍ଧି ପାଉଛି ତାହାକୁ ଦେଖି ଲୋକଟି ମୁଣ୍ଡରେ ହାତ ଦେଇ ବସିବାରେ ଲାଗିଛି । ରାଜ୍ୟ –କେନ୍ଦ୍ରକୁ ସମସ୍ତ ସମସ୍ୟା ପାଇଁ ଦାୟୀ କରି ଦେଇ ନିଜ ମୁଣ୍ଡରୁ ଦୋଷ ଛଡାଉଥିବା ବେଳେ ଆଜି କିନ୍ତୁ ଏହି ଦର ବୃଦ୍ଧିକୁ ସ୍ୱୀକାର କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀ ସ୍ୱୀକାର କରିଛନ୍ତି କି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଡାଲି, ତେଲ, ଆଳୁ ଓ ପିଆଜର ଦର ଅତ୍ୟାଧିକ ବଢିଛି ।
ଆମ ରାଜ୍ୟ କେବଳ ଚାଉଳକୁ ଛାଡି ଦେଲେ ଅନ୍ୟ ସମସ୍ତ ସାମଗ୍ରୀ ପାଇଁ ପଡୋଶୀ ରାଜ୍ୟ ଉପରେ ନିର୍ଭରଶୀଳ ହୋଇ ରହିଥାଏ । ଦର ବୃଦ୍ଧିଟି ଯେ କେବଳ ଆମ ରାଜ୍ୟରେ ହେଉଛି ତାହା ନୁହେଁ ସମଗ୍ର ଦେଶରେ ବର୍ତ୍ତମାନ ସମାନ ପରିସ୍ଥିତି ଦେଖିବାକୁ ମିଳୁଛି । ତେଣୁ ଏଥିପାଇଁ ରାଜ୍ୟ ସରକାର ନୁହେଁ ବରଂ କେନ୍ଦ୍ର ସରକାର ଦାୟୀ ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ରାଜ୍ୟରେ କଳାବଜାରୀ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହା ଉପରେ ଦୃଢ କାର୍ଯ୍ୟନୁଷ୍ଟାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସାମଗଙ୍କୁ ଲୁଚାଇ ରଖିବା ସହ ପରେ ଅଧିକଦରରେ ବିକ୍ରି କରୁଥିବା ମହଜୁଦକାରୀଙ୍କ ଉପରେ ମଧ୍ୟ ବିଭିନ୍ନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।