ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଶିଳ୍ପ ପାଇଁ ଜମି ସୁପାରିଶ କମିଟି ବୈଠକ ବସିଯାଇଛି । ଏହି ବୈଠକରେ ହାଇ ଲେବଲ ଲ୍ୟାଣ୍ଡ ଆଲଟ ମେଂଣ୍ଟ କମିଟି ଦେଇଥିବା ପ୍ରସ୍ତାବ ଉପରେ ସମୀକ୍ଷା କରି ପରବର୍ତ୍ତୀ ଅନୁମୋଦିନ ପାଇଁ ପଠାଇଦିଆଯାଇଛି । ଭୁବନେଶ୍ୱରର ମାଷ୍ଟର ପ୍ଲାନ ମଧ୍ୟରେ ୯୮ଟି ପ୍ରସ୍ତାବକୁ ସାମିଲ କରାଯାଇଛି । ଭୁବନେଶ୍ୱରରେ ଶିଳ୍ପ ନିମନ୍ତେ ବଡ ଏବଂ ଛୋଟ ଶିଳ୍ପ ସଂସ୍ଥା ଗୁଡିକ ଜାଗା ଚାହୁଁଛନ୍ତି ।
ସେମାନଙ୍କର ଅନୁମୋଦିନ ହାଇଲେଭେଲ ଲାଣ୍ଡ ଆଲଟମେଣ୍ଟ କମିଟି ଦ୍ୱାରା କରାଯାଇଥାଏ । ସେହିଗୁଡିକ ମଧ୍ୟରୁ ଖୋର୍ଦ୍ଧା ଫୁଡ ପାର୍କରେ ଲ୍ୟାଣ୍ଡ, ଡେରାସରେ ଲ୍ୟାଣ୍ଡ, ୟୁନିଟ ଏମଏସଏମଏି ପାଇଁ ପ୍ରସ୍ତାବ ଆସିଛି । ଅନ୍ୟପଟେ ବଡ ପ୍ରକଳ୍ପ ମଧ୍ୟରେ ଡେରାସରେ ଫୁଡ ପ୍ରୋସେସିଂ ପ୍ରକଳ୍ପ, ସିନଟେକ୍ସ କୋଲାବରେସନ ଟ୍ୟାଙ୍କ ଆଦି ବିଷୟରେ ପ୍ରସ୍ତାବ ରହିଛି ବୋଲି ଇଡକୋ ଅଧ୍ୟକ୍ଷ ସଂଜୟ ସିଂ ସୂଚନା ପ୍ରଦାନ କରିଛନ୍ତି ।