ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପୁରୀ ଶ୍ରୀ ମନ୍ଦିର ଭଳି ଲିଙ୍ଗରାଜ ମନ୍ଦିରର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଏଥିପାଇଁ ଗତ କିଛି ଦିନ ହେବ ଲିଙ୍ଗରାଜ ମନ୍ଦିର ଚାରିପଟେ ଜବରଦଖଲ କାରୀଙ୍କୁ ଉଚ୍ଛେଦ କରାଯାଉଛି । ଏହି ଉଚ୍ଛେଦ ପ୍ରକ୍ରିୟାକୁ ସ୍ଥାନୀୟ ବ୍ୟବସାୟୀ ସଂଘ ଓ ବହୁ ଲୋକ ବିରୋଧ କରୁଛନ୍ତି । ତେବେ ଏହି କିଛି ଦିନ ଭିତରେ ଲିଙ୍ଗରାଜ ମନ୍ଦିର ଚାରିପଟେ ଥିବା ଉଠା ଦୋକାନି ମାନଙ୍କୁ ଉଚ୍ଛେଦ କରାଯାଉଛି । ବିଭିନ୍ନ ସଂଘ ଦ୍ୱାରା କରାଯାଉଥିବା ଦାବୀକୁ ନଜରରେ ରଖି ରାଜ୍ୟ ସରକାର ଲିଙ୍ଗରାଜ ମନ୍ଦିର ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି । ଜୀବିକା ହରାଉଥିବା ଉଠା ଦୋକାନି ମାନଙ୍କ ପାଇଁ ଦୁଇଟି କିସ୍ତିରେ ୩୦ ହଜାର ଟଙ୍କା ସହାୟତା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।
ଗୁରୁବାର ଦିନ ଲୋକସେବା ସଦନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅୟୋଜିତ ଏକ ବୈଠକରେ ଏହି ପ୍ୟାକେଜ ଘୋଷଣା କରାଯାଇଛି । ୬୬ ଏକର ଜମିରେ ଏକାମ୍ରକ୍ଷେତ୍ର ଯୋଜନାକୁ କରାଯିବାର ନିଷ୍ପତି ନିଆଯାଇଛି । ଯୋଜନା ଅନୁଯାଇ ବିନ୍ଦୁସାଗରର ପୁନରୁଦ୍ଧାର, ଲିଙ୍ଗରାଜ ମନ୍ଦିର ସୁଦୃଶ୍ୟ ପ୍ରବେଶପଥ, ମୁକ୍ତେଶ୍ୱର ଓ କେଦାରଗୌରୀ ପରିସର ବିକାଶ ନେଇ ନିଷ୍ପତି ନିଆଯାଇଛି । ଅନ୍ୟପଟେ ପୁରୀ ଭଳି ଲିଙ୍ଗରାଜ ପାଇଁ ଜମି ତ୍ୟାଗ କରିବାକୁ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଅନୁରୋଧ କରିଛନ୍ତି ।