ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଫେବୃଆରୀ ୧ରୁ ପୁଣି ରାଜ୍ୟର କେତେକ ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ତେବେ ମିଳିଥିବା ସୂଚନା ଅନୁସାରେ ଆସନ୍ତା ୨ ଦିନ ପାଗ ଶୁଖିଲା ରହିବ ମାତ୍ର ୧ କିମ୍ବା ୨ ତାରିଖ ଠାରୁ ବର୍ଷା ହେବା ଆଶଙ୍କା କରାଯାଉଛି । ସେହିଭଳି ଆସନ୍ତା ୨ ଦିନ ତାପମାତ୍ରା ସାମାନ୍ୟ କମିପାରେ । ଯାହାଫଳରେ କମିଥିବା ଥଣ୍ଡା ପୁଣି ବଢିପାରେ । ୩ ଦିନ ଧରି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
ସେହିଭଳି ଯଦି ଆମେ କୁହୁଡି କଥା ଦେଖିବା ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ଅନୁଗୋଳ,ସୁନ୍ଦରଗଡ଼,ଢେଙ୍କାନାଳ, ଯାଜପୁର, ଭଦ୍ରକ, ଓ କେନ୍ଦୁଝର ଜିଲ୍ଲାରେ ଘନ କୁହୁଡି ଦେଖା ଯାଇପାରେ । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା ଅନୁସାରେ ଗୁରୁବାର ପୂର୍ବାହ୍ନରେ ଉପକୂଳବର୍ତୀ ଅଞ୍ଚଳରେ ପାଗ ସାମାନ୍ୟ ମେଘୁଆ ରହିବ। ଦୁଇ ଦିନ ଧରି କୁହୁଡ଼ି ଲାଗି ରହିବ।