ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ବିଭିନ୍ନ ସମୟରେ ହାତୀ ଓ ମଣିଷ ମାନଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳୁଛି । ହାତି ମାନେ ଜଙ୍ଗଲ ପାଖରେ ଥିବା ଗାଁ ଗୁଡିକରେ ପଶି ଲୋକଙ୍କ ଘର ଭାଙ୍ଗିବା ସହ ଫସଲ ମଧ୍ୟ ନଷ୍ଟ କରୁଥିବାର ଦେଖିବାର ମିଳୁଛି । ନିକଟରେ ଏକ ଭିଡିଓ ଦେଖିବାକୁ ମିଳିଥିଲା ଯେଉଁ ଥିରେ ଏକ ହାତୀକୁ ଜଣେ ଯୁବକ ମାଡ ମାରୁ ଥିବାର ଦେଖିବାକୁ ମିଳିଛି ।
ତେବେ ବର୍ତ୍ତମାନ ହାତୀ ଓ ମଣିଷ ଭିତରେ ହେଉଥିବା ଲଢେଇକୁ ବନ ବିଭାଗ ରୋକିବ । ଏଣିକି ପ୍ରତି ଗ୍ରାମରେ ୨ ଜଣଙ୍କୁ ଟ୍ରେନିଂ ଦିଆଯିବ । ହାତୀ ଓ ମଣିଷ ଭିତରେ ଲଢେଇ ରୋକିବା ପାଇଁ ବନ ବିଭାଗ ଏଭଳି ପଦକ୍ଷେପ ନିଆଯାଇଛି । ଅଭୟାରଣ୍ୟ ନିକଟବର୍ତ୍ତୀ ଗାଁରେ ଥିବା ଲୋକ ମାନଙ୍କୁ ଟ୍ରେନିଂ ଦିଆଯିବ । ଗାଁରେ ଥିବା ବନ କଲ୍ୟାଣ ସମିତିର ୨ ଜଣଙ୍କୁ ଏହି ଟ୍ରେନିଂ ଦିଆଯିବ । ଏମାନେ ହତୀର ଗତିବିଧି ଉପରେ ନଜର ରଖି ବନ ବିଭାଗକୁ ସୂଚନା ଦେବେ । ଏନେଇ ଜଙ୍ଗଲ ପରିବେଶ ସଚିବ ମୋନା ଶର୍ମା ସୂଚନା ଦେଇଛନ୍ତି ।