କଟକ(ଏଟିଆର ବ୍ୟୁରୋ):ଦୀର୍ଘ ୮ ମାସ ଧରି ବନ୍ଦ ରହିଥିବା ସମସ୍ତ ସ୍କୁଲ ଜାନୁଆରୀ ୮ ତାରିଖରେ ଖୋଲିବାକୁ ଯାଉଛି ।କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ବିଦ୍ୟାଳୟ ଖୋଲିବ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ଏହାରି ମଧ୍ୟରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷାର ଫର୍ମ ପୂରଣର ତାରିଖ ।
କରୋନା କଟକଣା କୁ ଦୃଷ୍ଟିରେ ରଖି ଏଥର ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଫର୍ମ ଫିଲ୍ଅପ୍ କରିବେ ।ଆସନ୍ତା ଜାନୁଆରୀ ୧୦ ତାରିଖରୁ ଫେବ୍ରୁଆରୀ ୨ ତାରିଖ ପର୍ଯ୍ୟନ୍ତ ଫର୍ମ ଫିଲଅପ କରିପାରିବେ । ମେ ୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି ।
ତେବେ ଜାନୁଆରୀ ୧୦ ତାରିଖ ସକାଳ୧୦ ଟାରୁ ଫର୍ମ ପୂରଣ କାଯ୍ୟ ଆରମ୍ଭ ହେବ ।ଜାନୁଆରି ୨୭ ତାରିଖ ରାତି ୧୧.୪୫ ମଧ୍ୟରେ ବିନା ଜାରିମାନାରେ ଫିସ ଦାଖଲ କରିପାରିବେ ।୨୮ ତାରିଖ ରାତ୍ରି ହେଇଛି ଫର୍ମ ଦାଖଲର ଶେଷ ତାରିଖ ।
ସେହିପରି ଜାନୁଆରି ୨୮ ତାରିଖରୁ ଫେବ୍ରୁଆରି ୧ ତାରିଖ ରାତି ୧୧.୪୫ ସୁଦ୍ଧା ଜରିମାନା ସହ ଫିସ୍ ଦାଖଲ କରିହେବ । ଫେବ୍ରୁଆରି ୨ ତାରିଖ ହେଉଛି ଫର୍ମ ଦାଖଲର ଶେଷ ତାରିଖ ।