ପୁରୀ (ଏଟିଆର ବ୍ୟୁରୋ): ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ବିବାଦ ଥମିବାର ନାଁ ଧରୁନି । ଏବେ ପୁଣି ଅଡୁଆରେ ପଡିଛନ୍ତି ବୈଜୟନ୍ତ । ଚିଲିକାର ନୋ ଫ୍ଲାଇଙ୍ଗ ଜୋନ୍ ଉପରେ ହେଲିକପ୍ଟର ଉଡାଣ ଅଭିଯୋଗରେ ତାଙ୍କ ହେଲିକପ୍ଟରକୁ ସିଜ୍ କରାଯାଇଛି ।
ଏନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ମେରାଇନ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ପୁରି ଏସପି ସାର୍ଥକ ଷଡଙ୍ଗୀଙ୍କ ନେତୃତ୍ୱରେ ତନାଘନା ପରେ ବିମାନବନ୍ଦର ପରିସରରେ ଥିବା ବୈଜୟନ୍ତଙ୍କ ହେଲିକପ୍ଟରକୁ ଜବତ କରାଯାଇଛି ।
ଖବରମୁତାବକ, ଗତ ୧୫ ତାରିଖ ଦିନ ଶ୍ରୀ ପଣ୍ଡା ହେଲିକପ୍ଟରରେ ତାଙ୍କର ଦୁଇ ସାଥୀଙ୍କୁ ନେଇ ଚିଲିକା ବୁଲିବାକୁ ଯାଇଥିଲେ, ଚିଲିକା ପାଣି ଉପରକୁ ହେଲିକପ୍ଟର ଖସାଇ ପାଖରୁ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରାଇଥିଲେ । ବେଆଇନ ଭାବେ ଚିଲିକା ଆକାଶକୁ ଯାଇଥିଲେ ।