ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):କଂଗ୍ରେସର ବରିଷ୍ଠ ଦଳିତ ନେତା ସର୍ଦାର ବୁଟା ସିଂହଙ୍କ ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିବା ବେଳେ ଆଜି ୮୬ ଚର୍ଷ ବୟସରେ ତାଙ୍କର ବିୟୋଗ ଘଟିଛି । କେନ୍ଦ୍ର ଗୃହ ମନ୍ତ୍ରୀ ଓ କେନ୍ଦ୍ର କୃଷିମନ୍ତ୍ରୀ ତଥା ବିଭିନ୍ନ ସମୟରେ ସେ ଅନେକ ପଦବୀରେ ସେ ଯୋଗଦେଇଥିଲେ ।
ରାଜୀବ ଗାନ୍ଧୀଙ୍କ ସମୟରେ ସେ ୧୯୮୬ ରୁ ୧୯୮୯ ପର୍ଯ୍ୟନ୍ତ ସେ କେନ୍ଦ୍ରମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇଥିଲେ । ଏବଂ ଏହା ପୁର୍ବରୁ ୧୯୮୪ ରୁ ୧୯୮୬ ମସିହା ପର୍ଯ୍ୟନ୍ତ କୃଷିମନ୍ତ୍ରୀ ପଦବିରେ ରହିଥିଲେ । ଏହା ବ୍ୟତୀତ ସେ ୧୯୭୮ ରୁ ୮୦ ମସିହା ପର୍ଯ୍ୟନ୍ତ କଂଗ୍ରେସର ମହାସଚିବ ଥିଲେ ।
ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି ।ବଉଯା ସିଂହ ଜୀ ଗରିବମାନଙ୍କ କଲ୍ୟାଣ ସହ ଦଳିତମାନଙ୍କ କଲ୍ୟାଣ ପାଇଁ ଜଣେ ପ୍ରଭାବି ନେତା ଥିଲେ ।ଓ ବୁଟା ସେମାନଙ୍କ ପାଇଁ ସ୍ୱର ଉଠାଉଥିଲେବେଲେି ଟ୍ୱଇଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ।
ବୁଟା ସିଂହ ସମଗ୍ର ଜୀବନ ଦେଶ ସେବା ଓ ଲୋକ କଲ୍ୟାଣରେ ସର୍ମପିତ କରିଦେଇଥିଲେ । ଏଥିପାଇଁ ସେ ସମସ୍ତଙ୍କ ମନରେ ସବୁଦିନ ପାଇଁ ଚିରସ୍ମରଣୀୟ ହୋଇରହିବେ ।