କଟକ(ଏଟିଆର ବ୍ୟୁରୋ): କଟକ ବଡ ଡାକ୍ତରଖାନାକୁ ଦଲାଲମୁକ୍ତ କରିବା ପାଇର୍ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ୬ଜଣ ଦଲାଲ ଗିରଫ ହୋଇଛନ୍ତି । ଦଲାଙ୍କ ମଧ୍ୟରେ ୨ ଜଣ ମେଡିକାଲ କର୍ମଚାରୀ ଓ ୪ ଜଣ ଆମ୍ବୁଲାନ୍ସ ଡ୍ରାଇଭର ରହିଛନ୍ତି । ଲନେଇ କଟକ ଡିସିପି ସୂଚନା ଦେଇଛନ୍ତି ।
ଏହି ଦଲାଲମାନେ ଏସିବିକୁ ଆସୁଥିବା ରୋଗୀଙ୍କୁ ଘରୋଇ ହସ୍ପିଟାଲକୁ ପଠାଉଥିଲେ । ଏହି ରାକେଟରେ ବହୁ କର୍ମଚାରୀ ଓ ଡାକ୍ତରିଟିମ୍ ସମ୍ପୃକ୍ତ ରହିଥିବା କଥା ପୋଲିସ ପକ୍ଷରୁ ସନ୍ଦେହ କରାଯାଉଛି । ତେବେ ଯଥାଶୀଘ୍ର ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି ।