ସମ୍ବଲପୁର (ଏଟିଆର ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରର ପୁଣି ଆଉ ୪ ଟି ଗେଟ୍ ଖୋଲା ଯାଇଛି । ଏହାକୁ ମିଶାଇ ମୋଟ ୧୪ ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି ।
ବୁଧବାର ପ୍ରଥମେ ୨ ଟି ଗେଟ୍ ଖୋଲାଯାଇଥିଲା । ଏହାପରେ ଗୁରୁବାର ସକାଳୁ ହୀରାକୁଦ ଜଳଭଣ୍ଡାରର ୮ଟି ଗେଟ୍ ଖୋଲାଯାଇଥିଲା । ଏବେ ପୁଣି ଆଉ ୪ ଟି ଗେଟ୍ ଖୋଲାଯାଇଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବଢୁଥିବାରୁ ଏଭଳି ନିଷ୍ପତି ନିଆଯାଇଛି ।
ସୂଚନାମୁତାବକ, ଗୁରୁବାର ସକାଳ ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୮.୭୧ ଫୁଟ ରହିଥିବା ବେଳେ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ପ୍ରବେଶ କରଥିଲା ୧ ଲକ୍ଷ ୪୨ ହଜାର ୭୨ କ୍ୟୁସେକ ଜଳ । ସେହିପରି ନିଷ୍କାସିତ ହେଉଥିଲା ୭୨ ହଜାର ୧୯୦ କ୍ୟୁସେକ ଜଳ ।